ପ୍ରେମିକା ଉପରେ ଗାଡି ଚଢାଇଦେଲା ପ୍ରେମିକ

ପ୍ରେମିକା ଉପରେ ରେଞ୍ଜ ରୋଭର କାର ଚଢାଇ ଦେଇଛି ବଏଫ୍ରେଣ୍ଡ । ମହାରାଷ୍ଟ ଥାନେରୁ ଏଭଳି ଖବର ଆସିଛି । ତେବେ ପୁରା ଘଟଣା ସମ୍ପର୍କରେ ପ୍ରିୟା ନିଜ ଇନଷ୍ଟଗ୍ରାମରେ ଲେଖିବା ସହ ତାଙ୍କ ବଏଫ୍ରେଣ୍ଡ ଅଶ୍ୱଜିତ୍ ଏବଂ ହସ୍ପିଟାଲ ବେଡରେ ଥିବାର କିଛି ଫଟୋ ସେୟାର କରିଛନ୍ତି । ଯୁବତୀ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପ୍ରେମିକା ପ୍ରିୟା ସିଂ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । କାରଣ ଗାଡି ଚଢାଇଦେଇଥିବା ଯୁବକ ମହାରାଷ୍ଟ୍ରର ରୋଡ ଟ୍ରାନ୍ସପୋର୍ଟ ଡେଭଲପମେଣ୍ଟ କର୍ପୋରେନର ଏମଡି ଅନିଲ ଗାୟକ୍ୱାଡଙ୍କ ପୁଅ । ପ୍ରିୟା କହିଛନ୍ତି, ଅଶ୍ୱଜିତ୍ଙ୍କ ନିମନ୍ତ୍ରଣ କ୍ରମେ ସେ ଡିସେମ୍ବର ୧୧ ତାରିଖ ଭୋର ୪ ଟା ବେଳେ ସେ ତାଙ୍କର ତାଙ୍କୁ ଦେଖା କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ୍ ତାଙ୍କୁ ନଜାଣିବା ଭଳି ବ୍ୟବହାର କରିଥିଲେ । ଅଶ୍ୱଜିତଙ୍କ ସହ ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିଥିଲେ । ଏପରିକି ତାଙ୍କୁ ଅଶ୍ୱଜିତ୍ ଚାପୁଡା ମାରିବା ସହ ଚୁଟି ଘୋଷାରି ମାଡ ମାରିଥିଲେ । ପରେ ଯୁବତୀଙ୍କ ଜଣଙ୍କ କାରରୁ ତାଙ୍କ ବ୍ୟାଗ ଓ ମୋବାଇଲ ଆଣିବାକୁ ଯାଉଥିବା ବେଳେ ଅଶ୍ୱଜିତ୍ ଉପରେ ଗାଡି ଚଢାଇ ଦେଇଥିଲେ ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!