ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱରରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ବିଜେପିରୁ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି । ଏଥର ତାଙ୍କୁ ମଧ୍ୟ ଦଳ ପୁଣି ଥରେ ଟିକେଟ ଦେଇପାରେ । ଆଉ ଯଦି ଏଭଳି ହୁଏ ତେବେ ଭୁବନେଶ୍ୱରରେ ଅପରାଜିତା ଏବଂ ଶ୍ରୀମୟୀଙ୍କ ମଧ୍ୟ ଲଢେଇ ହେବ । ମୁଖ୍ୟମନ୍ତ୍ରୀ ଶ୍ରିମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସଠିକ୍ ସାବ୍ୟସ୍ଥ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଶ୍ରୀମୟୀଙ୍କୁ ଜିତାଇବା ପାଇଁ ସେ ଆହ୍ୱନ ଦେଇଛନ୍ତି । କିଛି ଦିନ ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କହି ସ୍ଲୋଗାନ ଦେଇଥିଲେ । ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା ପରେ ଶ୍ରିମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!