ଆସନ୍ତାକାଲି ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ରାଜ୍ୟ ସରକାରଙ୍କ ବୃହତ୍‌ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା ଯୋଜନା’ରେ ସାମିଲ ହେବା ପାଇଁ ପୁଣି ଥରେ ସୁବର୍ଣ୍ଣ ସୁଯୋଗ ଆସିଛି। ଦୀର୍ଘ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତ ଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିଲେ ସେହି ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ।

ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ:
-ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ।
-ଆବେଦନକାରୀ NFSA/SFSS ଅନ୍ତର୍ଭୁକ୍ତ ହୋଇଥିବେ। NFSA/SFSSରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ। ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଟ.୨.୫୦ ଲକ୍ଷରୁ (କେବଳ ଦୁଇ ଲକ୍ଷ ଏବଂ ପଚାଶ ହଜାର ଟଙ୍କା) ଅଧିକ ହୋଇନଥିବ।
-ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍। ଆଧାରକାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ।
-ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ତା. ୦୧.୦୪.୨୦୨୫ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୪.୧୯୬୫ ଠାରୁ ୦୧.୦୪.୨୦୦୪ ପର୍ଯ୍ୟନ୍ତ ହେବା ଉଚିତ୍
-୨୦୨୫-୨୬ ପାଇଁ ଯଦି ଜଣେ ମହିଳାଙ୍କୁ ୦୧.୦୪.୨୦୨୫ ରେ ୨୧ ବର୍ଷ ବୟସ ହେବ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ। ସେହିପରି ଯେଉଁ ମହିଳା ୩୧.୦୩.୨୦୨୫ ରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ।

Post Views9 Total Count

Apply Now


This will close in 0 seconds

error: Content is protected !!