ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକରେ ତାଙ୍କ ନାଁ ଉପରେ ମୋହର ଲାଗିଛି। ଆଜି ଅପରାହ୍ନ ୪.୩୦ରେ ବିଜେପିର ନବନିର୍ବାଚିତ ୭୮ ବିଧାୟକ ମାନଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଆଲୋଚନା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲାଗିଛି। ଏଥି ସହିତ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ରହିବେ।ଆସନ୍ତାକାଲି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୋହନ ମାଝୀ କେନ୍ଦୁଝରରୁ ଏଥର କ୍ରମାଗତ ୪ର୍ଥ ବିଜୟ ଲାଭ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ୍ ଜଣାଶୁଣା ।

