`ଆନୁଆଲ ଷ୍ଟାର୍ଟଅପ୍ ରାଉଣ୍ଡଟେବୁଲ ୨୦୨୪’

ଲୋକପ୍ରିୟ ମାଗାଜିନ୍‌ ଇଣ୍ଟରଭ୍ୟୁ ଟାଇମ୍ସର ୧୩ ବର୍ଷର ସଫଳ ଯାତ୍ରା । ଭୁବନେଶ୍ବରର ପ୍ରେସିଡେନ୍ସି ହୋଟେଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ଆନୁଆଲ ଷ୍ଟାର୍ଟଅପ୍ ରାଉଣ୍ଡଟେବୁଲ ୨୦୨୪ର ଆଲୋଚନାଚକ୍ର ଆୟୋଜନ କରାଯାଇଛି  ।  ଏହାସହ ସ୍ବତନ୍ତ୍ର ସଂସ୍କରଣର ଶୁଭ ଉନ୍ମୋଚିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ପଦ୍ମଭୁଷଣ  ସୁଦର୍ଶନ ସାହୁ , ମେଟ୍ରୋ ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ପିୟୁଷ ମହାନ୍ତି, ନାଲକୋ ସିଏମଡି ଡ.ତପନ ଚାନ୍ଦ , ବିଧାୟକ ବିଜୟ ଦଳବେହେରା , ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଏବଂ ଇଣ୍ଟରଭ୍ୟୁ ଟାଇମ୍ସର ଗ୍ରୁପ ଏଡିଟର ଡ. ଦିବ୍ୟଜିତ ସାହୁଙ୍କ ସହ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ।

ରାଜ୍ୟର ଭବିଷ୍ୟତ ଓ ବିଭିନ୍ନ ପ୍ରସଙ୍ଗରେ ୪୫ ମିନିଟ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ସମସ୍ତେ ନିଜ ନିଜର ମତ ରଖିଥିଲେ । ବିଜେପି ସାଂସଦ ରବି ନାରାୟଣ ବେହେରା ମୋଦି ଗ୍ୟାରେଣ୍ଟି ସହ ଓଡିଶାରେ ଷ୍ଟାର୍ଟଅପ୍‌ର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଓଡିଶାର କିଛି ସଫଳ ଉଦ୍ୟୋଗୀମାନଙ୍କୁ ଉଣ୍ଟରଭ୍ୟୁଟାଇମ୍ସ ତରଫରୁ  ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସେମାନଙ୍କର ସଫଳତାକୁ ପ୍ରେରଣା ଦିଆଯାଇଥିଲା ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!