ବାଜା ରୋଷଣୀ ଦୁଲୁକୁଥିଲା ସ୍ମାର୍ଟସିଟି, ଅନ୍ଧାରିଆ ଆକାଶକୁ ଆଲୋକିତ କରିଦେଉଥିଲା ବାଣର ଆଲୋକ । ମଧ୍ୟ ରାତିରେ ଦେବ ଦମ୍ପତିଙ୍କ ସମ୍ପର୍ଣ୍ଣ ହୋଇଛି ବିହାଘର । ବଡସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବିମାନରେ ବାହାରିଥିଲେ ଝିଅ ଘର ଅଭିମୁଖେ ।
ରୋଷଣୀ କରି ଶେଷରେ କେଦାରଗୌରୀ ମନ୍ଦିରରେ ପହଞ୍ଚିିଥିଲେ ମହାପ୍ରଭୁ ଲିଙ୍ଗରାଜ । ଗୁଳୁଗୁଳି ଅଧିକ ହେଉଥିବାରୁ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଜଳ ଦିଆଯାଇଥିଲା। ଏହାସହ ଥିଲା ଖରାଦିନରେ ଫଳୁଥିବା ବିଭିନ୍ନ ପ୍ରକାରର ଫଳ, ସେଥିରେ ଥିଲା ଆମ୍ବ, ପଣସ, ଲିଚୁ, ସେପେଟା ଆଦି ।
ସେହିପରି ବରଯାତ୍ରୀଙ୍କୁ ମଧ୍ୟ ଛେନା ବରଫି ସାଙ୍ଗକୁ , ଦହିପଣା ଏବଂ ବାଦାମ ସର୍ବତ ପରସା ଯାଇଥିଲା । ବିଧି ମୁତାବକ ସମସ୍ତ ଗତକାଲି ବିବାହଘର ସମ୍ପର୍ଣ୍ଣ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଶୋଭାଯାତ୍ରା କରି ରାଜ ଦେଉଳରୁ ବରକନିଆଁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି ।

