ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ତାରିଖ ଧାର୍ଯ୍ୟ ସରିଛି । ଜାଗା ବି ସ୍ଥିର ହୋଇ ସାରିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।
ତେବେ ଅଧ୍ୟକ୍ଷ ଆସିବା ପୂର୍ବରୁ ୨୧ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଭାରୀ ଅଜୟ କୁମାର ।
ପ୍ରାୟ ଗୋଟିଏ ସପ୍ତାହ ଧରି ସେ ଓଡିଶାରେ ରହିବେ । ଏହି ସମୟରେ ସେ ନେତାଙ୍କୁ ଦେଇ ଯାଇଥିବା ଟ୍ୟାକ୍ସର ହିସାବ ନେବେ ଓ ଅଧ୍ୟକ୍ଷ ଆସିବା ପୂର୍ବରୁ ପ୍ରସ୍ତୁତି କରିବେ ।
କାର୍ଯ୍ୟକ୍ରମରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ଓ ବିଭିନ୍ନ ଛାମୁଆ ସଂଗଠନର ସଦସ୍ୟଙ୍କ ସହ ବୈଠକ କରିବେ ଖଡଗେ । ଏହି କାର୍ଯ୍ୟକ୍ରମରେ ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ।
ଏବଂ ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ । ବିଜେଡି ଓ ବିଜେପିକୁ କେମିତି ରୋକାଯାଇପାରିବ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ ସେନେଇ ରଣନୀତି କରିବେ ଖଡଗେ ।

