ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା

ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ସାରା ଦେଶରେ ଉତ୍ସୁକତା । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ । ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗତ ୧୬ ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି । ଉତ୍ସବକୁ ନେଇ ଅଯୋଧ୍ୟାରେ ୧୩ ହଜାର ନିରାପତ୍ତା ରକ୍ଷୀଙ୍କୁ ମୁତୟନ କରାଯାଇଛି ।

ଉତ୍ସବରେ ସାମିଲ ହେବାକୁ ସୁପରଷ୍ଟାର ଅମିତାଭ ବଚ୍ଚନ, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଏମଏସ ଧୋନିଙ୍କୁ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଣ୍ଟିବମ୍ବ ଓ ଡଗସ୍କ୍ବାଡ ମୁତୟନ ହୋଇଛନ୍ତି । ଏନଡିଆରଏଫ ବି ନିୟୋଜିତ ହୋଇଛନ୍ତି । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ମହୀଶୂରର ସ୍ଥପତି ଅରୁଣ ଯୋଗୀରାଜ ୫୧ ଇଞ୍ଚର ରାମ ଲାଲା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଅଯୋଧ୍ୟାରେ ୧୦ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ବେଳେ, ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ଯେକୌଣସି ପ୍ରକାର ରାସାୟନିକ, ଜୈବିକ, ତେଜଷ୍କ୍ରିୟ ଓ ଆଣବିକ ଆକ୍ରମଣ କ୍ଷେତ୍ରରେ ରେସ୍କ୍ୟୁ ଲାଗି ପ୍ରସ୍ତୁତ ରହିଛି ଏନଡିଆରଏଫ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି କେନ୍ଦ୍ର ସରକାର ହାଫ-ଡେ ଘୋଷଣା କରିଥିବା ବେଳେ ଓଡ଼ିଶାରେ ବି ହୋଇଛି ହାଫ ଡେ ।

Post Views92 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!