ଶପଥ ନେଲେ ନୂଆ ପୋଲିସ କମିଶନର। ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ନେଲେ ନୂଆ ସିପି ।୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡାଙ୍କୁ ଟୁଇନ ସିଟି ଦାୟିତ୍ବ ମିଳିଛି। ପୂର୍ବରୁ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସହ ପୋଲିସ ହାଉସିଂ କର୍ପୋରେସନର CMD, ଏଡିଜି କ୍ରାଇମବ୍ରାଞ୍ଚ, ଆଇଜି ଓଏସ୍ଏପି , ଆଇଜି ପର୍ସନାଲ ଭାବେ ଦାୟିତ୍ୱ ତୁଲାଇଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସଞ୍ଜୀବ ପଣ୍ଡାଙ୍କୁ ଭୁବନେଶ୍ବର- କଟକ ଟୁଇନସିଟି ପୋଲିସ କମିଶନର ଦାୟିତ୍ୱ ମିଳିଛି । ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା, ଅପରାଧ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ ହେବ। ସାଇବର ଅପରାଧ ସହ ଡ୍ରଗ୍ସ କାରବାର ସୃଷ୍ଟି କରିପାରେ ଚ୍ୟାଲେଞ୍ଜ।5T ଓ ମୋ ସରକାର ଅଧୀନରେ ଟୁଇନସିଟି ବାସିନ୍ଦା ଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ସିପି। ଗୁରୁ ଦାୟିତ୍ୱ ପାଇଁ ପ୍ରଥମେ ଜଣାଇଲେ ଧନ୍ୟବାଦ।

