ଓଡିଶା ବଞ୍ଚାଅ ସମାବେଶରେ ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖଡ଼ଗେ | ସେ କହିଛନ୍ତି ଯେ କଂଗ୍ରେସ ପାଇଁ ଓଡିଶା ସବୁବେଳେ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି | ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ ସମ୍ପର୍କ ଥିଲା | କିନ୍ତୁ ଏବେକାର ପଟ୍ଟନାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି | ବିଜେପି ଓ ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ | ଉଭୟଙ୍କ ମଧ୍ୟରେ ଲଭମ୍ୟାରେଜ ହୋଇଯାଇଛି | କେବେ ଡବଲ ଇଂଜିନ କାମ ନ କଲେ ପ୍ରଥମ ଇଂଜିନ ଅଚଳ ହୁଏ | ପାରାଦ୍ବୀପ ବନ୍ଦର ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି | ମଂଚେଶ୍ୱରରେ ରେଳ କୋଚ କଂଗ୍ରେସ ସରକାରରେ ହୋଇଛି | ସେହିପରି ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ ନବୀନ ପଟ୍ଟନାୟକ ଓ ମୋଦୀ ଓଡ଼ିଶାରେ କଣ କରିଛନ୍ତି | ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନେ ସମାବେଶରେ ଉପସ୍ଥିତ ଅଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ। ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଭବ୍ୟ ସ୍ବାଗତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ କରାଯାଇଥିଲା। କେବଳ ସେତିକି ନୁହେଁ, ଏହି ଗସ୍ତର ପ୍ରଭାବ କିଭଳି ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବ ସେ ନେଇ ମଧ୍ୟ ପିସିସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ‘ଓଡିଶା ବଞ୍ଚାଅ ସମାବେଶ’ ଜରିଆରେ ଦଳ ୩୦ ଜିଲ୍ଲାର କର୍ମୀଙ୍କୁ ଏକାଠି କରିବା ଲାଗି ଯୋଜନା କରିଥିଲା। କେବଳ ସେତିକି ନୁହେଁ, ଖଡ୍ଗେଙ୍କ ଭାଷଣ ଶୁଣିବା ପରେ ସେହି ବାର୍ତ୍ତା ରାଜ୍ୟର ଗାଁ ଗହଳି ପର୍ଯ୍ୟନ୍ତ କିଭଳି ଯିବ, ଦଳ ସେ ନେଇ ବି ଖସଡ଼ା ପ୍ରସ୍ତୁତ କରିଛି।
Related Posts
ମୋଦି କଲେ ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ କୋଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ଅତିକ୍ରମ କରିଛନ୍ତି। ଏହି ସଫଳତା ସହିତ, ସେ…
ପାଟନା ଜଙ୍କସନରେ ଲାଗିଥିବା ଟିଭି ପରଦାରେ ପର୍ଣ୍ଣ ଫିଲ୍ମ କିପରି ଚାଲିଲା? ଅନୁସନ୍ଧାନ ତଥ୍ୟ ଆଶ୍ଚର୍ଯ୍ୟଜନକ
ବିହାରର ପାଟନା ଜଙ୍କସନ ଠାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ପ୍ଲାଟଫର୍ମ ନମ୍ବର 10 ରେ ଲାଗିଥିବା…
ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ ସମ୍ମାନିତ
ବିଶ୍ବରେ ଓଡ଼ିଶାର ଛବିରେ ଚମକ ଭରିଥିବା ହାତ ଗଣତି ଓଡ଼ିଆଙ୍କ ମଧ୍ୟରେ ପ୍ରମୁଖ ବ୍ୟକ୍ତିତ୍ବ ତାରାରଞ୍ଜନ ପଟ୍ଟନାୟକ । ଜଣେ…

