କର୍ଣ୍ଣାଟକର ଗଡ଼ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ (ଜିଆଇଏମ୍ଏସ୍)ର ୩୮ ଜଣ ଛାତ୍ରଛାତ୍ରୀ ଦଣ୍ଡିତ ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ‘ରିଲ୍ ଇଟ୍, ଫିଲ୍ ଇଟ୍’ ଟ୍ୟାଗ୍ ଲାଇନ୍ରେ କେତେକ ମେଡିକାଲ୍ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ରିଲ୍ସ କରି ଛାଡ଼ୁଥିଲେ। ତେବେ ଅଧିକରୁ ଅଧିକ ଅନୁଗାମୀଙ୍କୁ ବଢ଼ାଇବା ନିଶାରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ନିଜର ଦାୟିତ୍ବ ଓ ଶୃଙ୍ଖଳା ଭୁଲିଯାଇଥିଲେ।
ଶନିବାର ଚିକିତ୍ସାଳୟର ନିୟମକୁ ଭାଙ୍ଗି ୩୮ ଜଣ ଛାତ୍ରଛାତ୍ରୀ ରୋଗୀଙ୍କ ପ୍ରକୋଷ୍ଠ ମଧ୍ୟରେ ରିଲ୍ସ କରି ଛାଡ଼ିଥିଲେ। ଏନେଇ ଚିକିତ୍ସାଳୟ କର୍ତୃପକ୍ଷ ଜାଣିବା ପରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ନୋଟିସ୍ ଜାରି କରିଥିଲେ।
ସେମାନଙ୍କ ହାଉସ୍ମ୍ୟାନ୍ସିପ୍ ପ୍ରଶିକ୍ଷଣ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଇଥିଲେ। କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ରୋଗୀଙ୍କୁ ଅସୁବିଧା ସୃଷ୍ଟି ହେବାଭଳି କାମ ଏହି ଛାତ୍ରଛାତ୍ରୀମାନେ କରିଛନ୍ତି। ପ୍ରାକ୍-ସ୍ନାତକ ଉତ୍ସବ ନିମନ୍ତେ ଏଭଳି ସୁଟିଂ କରିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

