୩୫ ହଜାର କୋଟି ଟଙ୍କା ନିବେଶରେ ହେଲା ଶିଳାନ୍ୟାସ

ଗଞ୍ଜାମରେ ସବୁଜ ଇନ୍ଧନର ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଥିରେ ୩୫ ହଜାର କୋଟି ଟଙ୍କା ନିବେଶ ହେବ। ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୫୫୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥି ସହିତ ସେ ଇଡ୍କୋ ୟୁଟିଲିଟି କରିଡର୍ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏସିଏମ୍ଇ ଓ ଆଭାଡାର ଦୁଇ ପ୍ରକଳ୍ପ ଓଡ଼ିଶାକୁ ସବୁଜ ଇନ୍ଧନ କ୍ଷେତ୍ରରେ ଅଗ୍ରଣୀ ରଖିବ। ଏହି ଅଞ୍ଚଳର ଯୁବବର୍ଗ ଏହା ଦ୍ବାରା ଉପକୃତ ହେବେ। ବ୍ରହ୍ମପୁର, ହିଞ୍ଜିଳିକାଟୁ, ଶେରଗଡ଼ ଓ ପୁରୁଷୋତ୍ତମପୁରରେ ଥିବା ଆଇଟିଆଇରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରକଳ୍ପ ଦ୍ବାରା ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ସରକାରୀ ପଲିଟେକ୍ନିକ୍, ଜେଏନ୍ ଟାଟା ବୈଷୟିକ ଶିକ୍ଷା କେନ୍ଦ୍ର ମଧ୍ୟ ଉପକୃତ ହେବେ ବୋଲି ସେ କହିଛନ୍ତି।ଗୋପାଳପୁର ଶିଳ୍ପାଞ୍ଚଳରେ ଏସିଏମ୍ଇ କ୍ଲିନ୍ଟେକ୍ ସଲ୍ୟୁସନ୍ସ ଓ ଆଭାଡା ଗ୍ରିନ୍ ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରିବେ।

ଏହି ଦୁଇ ସଂସ୍ଥା ସ୍ଥାପନ କରିବାକୁ ଯାଉଥିବା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏସିଏମ୍ଇ ୨୭ ହଜାର କୋଟି ଟଙ୍କା ନିବେଶରେ ଏକ ୧.୧୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ସେହିପରି ଆଭାଡା ପକ୍ଷରୁ ୮୦୦୦ କୋଟି ଟଙ୍କା ନିବେଶରେ ୦.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଗ୍ରିନ୍ ହାଇଡ୍ରୋଜେନ୍/ ଆମୋନିଆ କାରଖାନା ସ୍ଥାପନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଇଡ୍କୋ ପକ୍ଷରୁ ୧୨୮.୮୮ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୬୦୦ ମିଟର ବିଶିଷ୍ଟ ୟୁଟିଲିଟି କରିଡର୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!