ବିଜେଡିର ଫୋକସ ଯୁବପିଢିଙ୍କ ବିକାଶ

ରାଜ୍ୟରେ ଯୁବ ସଶକ୍ତିକରଣ ଏବଂ ବିକାଶକୁ ଅଗ୍ରାଧିକାର। ଯୁବ ପିଢିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ନବୀନ ସରକାର। ୨୦୨୧ରେ ଯୁବପିଢ଼ିଙ୍କ ପାଇଁ ଏକାଧିକ ଯୋଜନା କରିଛନ୍ତି ସରକାର। ଏହାସହ ଯୁବପିଢ଼ିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଯେମିତିକି ଆଇଟି, ବିପିଓ କ୍ଷେତ୍ର ପାଇଁ ଯୋଜନା କରିଛନ୍ତି ସରକାର।  ନାସକମ ଓ ଡିଲଏଟ ଭଳି ସଂସ୍ଥା ଭୁବନେଶ୍ୱରକୁ ବାଛିଛନ୍ତି । ବହୁ ବଡ଼ ବଡ଼ ଆଇଟି ଓ ବିପିଓ କମ୍ପାନୀ ଓଡ଼ିଶା ଆସିଛନ୍ତି । ୫ଟି ର ଗୋଟିଏ T ହେଉଛି ଟେକ୍ନୋଲୋଜି। ନୂଆ-ଓ ଛାତ୍ରବୃତ୍ତି ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ।

ନୂଆ-ଓ ଅଭିଳାଷାରେ ଯୁବପିଢ଼ି ଓ ପିଲାଙ୍କୁ ଉଦ୍ୟୋଗୀ କରାଇବାକୁ WSCରେ ଟ୍ରେନିଂ ଦିଆଯାଉଛି। ବିଭିନ୍ନ କମ୍ପାନୀ ସହଯୋଗରେ ଡିଜିଟାଲ ଟ୍ରେନିଂ ସୁବିଧା ଆରମ୍ଭ କରି  ଭାରତ ବାହାରେ ଚାକିରି ପାଇଁ ମଧ୍ୟ ଓଡ଼ିଆ ପିଲା ଯାଇପାରିବେ। ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ଏକାଧିକ ଷ୍ଟାଡିୟମ ନିର୍ମାଣ। ନୂଆ-ଓ ଜରିଆରେ ୫୫ହଜାର ଟିମ ପଞ୍ଜୀକରଣ କରିଥିବ ଶଂଖ ଭବନରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!