ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ସାମାଜିକ କାର୍ଯ୍ୟକ୍ରମ ଓ ଗୃହନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସଫଳ ଯୁବଦ୍ୟୋଗୀ ସୁବ୍ରତ କୁମାର ସାହୁଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ନିର୍ବାଣ ଫାଉଣ୍ଡେଶନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର-୨୦୨୪ ନିକଟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ, ଏଫଆଇଇଓର ଓଡ଼ିଶା ଶାଖା ମୁଖ୍ୟ କମଳାକାନ୍ତ ସାହୁ, ପାରାଦୀପ ପରିବହନର ସିଏମ୍ଡି ପ୍ରଭାତ ନନ୍ଦୀ, ହେଲ୍ଥ ଅନ୍ ଟପ୍ର ପ୍ରତିଷ୍ଠାତା ଗୌରବ ରାଲହନ, ସାମାଜିକକର୍ମୀ ଡ.ରୀନା ରାଉତରାୟ, ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସିଓଓ ଆଲୋକ ଶ୍ରୀବାସ୍ତବ, ଲୋରିଏଲ ଇଷ୍ଟେଟର ଏମ୍ଡି ଟିଟନ ସାହୁଙ୍କ ସମେତ ତୃପ୍ତିକାନ୍ତ ପାଣିଗ୍ରାହୀ, ପାର୍ଥସାରଥୀ ମିଶ୍ର, ଲକ୍ଷୀ ସ୍ବାଇଁ ଏବଂ ଅଭିନେତ୍ରୀ ନିକିତା ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୨୦ଜଣ ଶ୍ରେଷ୍ଠ ଉଦ୍ୟୋଗୀଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!