ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ

ନିର୍ବାଚନୀ ସଭାରେ ଶବ୍ଦ ବ୍ୟବହାରକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଟ୍ୱିଟ୍ ଯୁଦ୍ଧ । ମୋରଡ଼ା ଓ ବାରିପଦାରେ ନିର୍ବାଚନ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି ପ୍ରଣବ ପ୍ରକାଶ ଦାସ । କହିଛନ୍ତି, ଓଡ଼ିଶାର ସଂସ୍କୃତି ଉଚ୍ଚକୋଟୀର । ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୌଣସି ବି କ୍ଷେତ୍ରରେ, ସମସ୍ତେ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି ।

ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ ଦେଶର ସମ୍ମାନସ୍ପଦ ପରିଚୟ ଦେଇଛି । ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହି ଆସିଛି ।

ଯାହାକୁ ସବୁ ଦଳର ନେତାମାନେ ପାଳନ କରିଆସୁଛନ୍ତି । ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁଭଳି ଭାବେ ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି ଏହା କାହାକୁ ଆଶ୍ୱର୍ଯ୍ୟ କରୁନାହିଁ ବୋଲି କହିଛନ୍ତି ପ୍ରବଣ ପ୍ରକାଶ ଦାସ ।ପ୍ରଣବଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କହିଛନ୍ତି, ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା । ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକଙ୍କ ପାଖରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟମାନଙ୍କୁ କୁହନ୍ତୁ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!