ନବୀନଙ୍କ ରଣନୀତିରେ ଫେଲ୍ ମାରିବେ ସମୀର

ସମୀର ଦାଶ ବିଜେପିରେ ଯୋଗ ଦେବା ପରେ ବଦଳିଯାଇଛି ପୁରା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକରଣ। ଅନ୍ୟ ପଟେ ଉପକୂଳ ଭଦ୍ରକରେବି ବିଜେପି ରାଜ୍ୟ ସଭାପତି ମନମୋହନଙ୍କୁ କାଉଣ୍ଟର ପାଇଁ ଚେଷ୍ଟା। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଓ ୪୨ ବିଧାନସଭା ବିଜେଡି ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି।

ସମୀର ଦାଶଙ୍କୁ ନେଇ ଶଙ୍କାରେକି ବିଜେଡି? ଚାନ୍ଦବାଲିରେ ବିଜେଡିକୁ ଭାରି ପଡୁଛନ୍ତିକି ମନମୋହନ? ବିଜେଡିକୁ ଘାରିଛିକି ଉପକୂଳ ଭୟ? ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ଗଣ୍ଡା ଗଣ୍ଡା ପର୍ଯ୍ୟବେକ୍ଷକ। ତିନି ପର୍ଯ୍ୟାୟରେ ସରିଥିବା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଉପକୂଳ ଦାୟିତ୍ୱ ଦେଇଛି ଦଳ।

ନିମାପଡ଼ାରେ ବିଧାୟକ ସମୀର ଦାଶଙ୍କୁ କାଉଣ୍ଟର ପାଇଁ ବିଜେଡି ନିଯୁକ୍ତ କରିଛି ୧୬ ପର୍ଯ୍ୟବେକ୍ଷକ। ପ୍ରଥମେ ପର୍ଯ୍ୟାୟ ନିର୍ବାଚନ ପରେ ଗଞ୍ଜାମର ଏକାଧିକ ବିଧାୟକ ସହ ୮ ନେତାଙ୍କୁ ନିମାପଡ଼ାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା। ଆଉ ଗତକାଲି ପୁରୀ ଜିଲ୍ଲାର ୮ ନେତାଙ୍କୁ କେବଳ ନିମାପଡ଼ା ଦାୟିତ୍ୱ ଦେଇଛି ବିଜେଡି।

ସତେ ଯେମିତି ସମୀର ବିଜେପିରେ ଯୋଗ ଦେବା ପରେ ବିଜେଡିର ନିଦ ହଜିଯାଇଛି। କୁହାଯାଉଛି, କେବଳ ନିମାପଡା ନୁହଁ, ଏହାକୁ ଲାଗି ଥିବା କାକଟପୁରରେ ବି ସମୀରଙ୍କ ଦବଦବା ରହିଛି। ସବୁଠୁ ଅଧିକ ଟେନସନ ହେଲା ସମୀର ବିଜେପିରେ ମିଶିବା ପରେ ଜଗତସିଂହପୁର ଲୋକସଭାରେ ବିଜେପିର ପଲ୍ଲା ଭାରି ହୋଇଯାଇଛି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!