ଭୋଟ୍ ଦେବାକୁ ଆସିଥିଲେ ବୃଦ୍ଧ, ବୁଥ୍ରେ ପଡ଼ି ଚାଲିଗଲା ଜୀବନ ।ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ତତକ୍ଷଣାତ୍ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ମୃତକ ହେଲେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତାଙ୍କର ବୟସ ୬୭ ବର୍ଷ ବୋଲି ସୂଚନା ରହିଛି।
ଅନ୍ୟପଟେ ,ଡ୍ୟୁଟି କରୁଥିବା ସମୟରେ ଜଣେ ବିଏଲଓ ପ୍ରାଣ ହରାଇଛନ୍ତି । ଯାଜପୁର ବିଞ୍ଝାରପୁରର ଫତେପୁର ବୁଥରେ ଘଟିଛି ଏଭଳି ଅଘଟଣ । ଏହି ବୁଥରେ ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି ।

