ସମସ୍ତ କେନ୍ଦ୍ରୀୟ ହସ୍ପିଟାଲରେ ୨୫ ପ୍ରତିଶତ ସୁରକ୍ଷା ବଢାଇବାକୁ କେନ୍ଦ୍ରର ନିଷ୍ପତ୍ତି

କୋଲକାତା ଆର ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ନିକଟରେ ଆଇଏମଏ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ କେନ୍ଦ୍ର ସରକାର ଅଧିନରେ ଥିବା ହସ୍ପିଟାଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି।ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ମହିଳାଙ୍କୁ ହସ୍ପିଟାଲରେ ନାଇଟ୍ ଡ୍ୟୁଟି ନପକାଇବାକୁ ନିବେଦନ କରିଛନ୍ତି।

ସରକାର ଅନୁରୋଧ କରିଛନ୍ତି ଯେ, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ ହେଲେ ଏକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରାତିରେ ଡାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ ରହିବେ । ନାଇଟ୍ ଡ୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ତରଫରୁ ବ୍ୟବସ୍ଥା କରାଯାଇ ଅଣାଯିବ । ହସ୍ପିଟାଲ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନିରନ୍ତର ନଜର ରଖାଯିବ । ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପରୀକ୍ଷା କରାଯିବା ଉଚିତ

ପ୍ରବେଶ-ପ୍ରସ୍ଥାନ ଦ୍ୱାର, କରିଡର, ଅନ୍ଧାର ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଯିବ । ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ । ଜରୁରୀକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହିଠାରୁ ସାହାଯ୍ୟ କରାଯିବ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!