ଇମ୍ଫାକୁ ରପ୍ତାନି ଉତ୍କର୍ଷ ପୁରସ୍କାର

ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ(ଇମ୍ଫା)କୁ ନିକଟରେ ରପ୍ତାନି ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇମ୍ପାକୁ ଉକ୍ତ ପୁରସ୍କାର ଦିଆଯାଇଛି। ବିଶେଷକରି ବୃହତ୍ ଉଦ୍ୟୋଗ ବର୍ଗରେ କମ୍ପାନୀକୁ ରପ୍ତାନି ଉତ୍କର୍ଷ ପାଇଁ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ନ ରିଜିୟନ୍ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତର ଇଞ୍ଜିନିୟରିଂ ରପ୍ତାନି ପ୍ରୋତ୍ସାହନ ପରିଷଦ (ଇଇପିସି ଇଣ୍ଡିଆ) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନ ସମାରୋହ ଉତ୍ସବର ୩୮ ଓ ୩୯ ତମ ସଂସ୍କରଣରେ ଇମ୍ପାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଭାରତର ଇଞ୍ଜିନିୟରିଂ ରପ୍ତାନି ଉଦ୍ୟୋଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସମ୍ମାନିତ କରାଯାଇଥାଏ। ଏହି ପୁରସ୍କାର ଗୁଣବତ୍ତା ନବସୃଜନ ଏବଂ ଗ୍ରାହକ ସନ୍ତୁଷ୍ଟି ପାଇଁ ଇମ୍ଫା କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଉଥିବା ନିରନ୍ତର ଉଦ୍ୟମକୁ ପ୍ରତିଫଳିତ କରୁଛି।

ଏହି ପୁରସ୍କାର ସମାରୋହରେ ପଶ୍ଚିମବଙ୍ଗ ସରକାରଙ୍କ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ. ଶଶି ପାଞ୍ଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି।
ସେହିଭଳି ୨୦୧୯-୨୦ ଏବଂ ୨୦୨୦-୨୧ବିତ୍ତୀୟ ବର୍ଷରେ କୋରିଆ, ଜାପାନ ଏବଂ ତାଇୱାନ୍ ସମେତ ପୂର୍ବ ଏସିଆରେ ଫେରୋକ୍ରୋମ୍ ରପ୍ତାନିର ଅସାଧାରଣ ପ୍ରଦର୍ଶନ ପାଇଁ ଇମ୍ଫାକୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି।
ସେହିପରି ମହାମାରୀ ପରେ ସୃଷ୍ଟିହୋଇଥିବା ଆହ୍ବାନଗୁଡ଼ିକର ମୁକାବିଲା କରି କମ୍ପାନୀ ଏହି ସଫଳତା ଆଣିବା ଏକ ବିଶେଷ ଉପଲବ୍ଧି। ମୋଟ ଉପତ୍ାଦନର ୯୦% ରପ୍ତାନି ସହ ଇମ୍ଫା ପକ୍ଷରୁ ରପ୍ତାନି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭାରତର ଇଞ୍ଜିନିୟରିଂ ରପ୍ତାନି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପାଇଁ କମ୍ପାନୀକୁ ବୃହତ୍, ମଧ୍ୟମ, କ୍ଷୁଦ୍ର, ଲଘୁ ଏବଂ ବାଣିଜ୍ୟ ଭଳି ୫ଟି ବର୍ଗରେ ପୁରସ୍କୃତ କରାଯାଇଛି।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!