ଆଜି ଜାତୀୟ କ୍ରୀଡ଼ା ଦିବସ

ଆଜି ଆମ ଦେଶରେ ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିଂବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ ସେ ବ୍ୟକ୍ତିଗତ ଭାବେ ୪୦୦ରୁ ଅଧିକ ଗୋଲ୍ ଦେଇଥିଲେ।

ତାଙ୍କ ନେତୃତ୍ବରେ ଭାରତ ଦଳଗତ ଭାବେ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ମହାନ୍‌ ବ୍ୟକ୍ତିତ୍ବଙ୍କୁ ମନେ ରଖିବା ଲାଗି ୨୦୧୨ ମସିହାରୁ ଦେଶବାସୀ ତାଙ୍କର ଜନ୍ମ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଦିବସ ପାଳନ ଆମ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଆମକୁ ସଚେତନ କରାଉଛି। କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହା ଦ୍ବାରା ଏକ ସମାବେଶୀ ତଥା ସମର୍ଥ ସମାଜ ଗଠନ ସମ୍ଭବ ହୋଇପାରିବ। ଏହା ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ହୋଇ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ଲାଗି ପ୍ରୋତ୍ସାହିତ କରୁଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!