ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। ଏଥି ପାଇଁ ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛି। ମୋର ଆଶା ଯେ, ଘଟଣାର ତଦନ୍ତ ହେବ।

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। ବିଧାୟକ ଶ୍ରୀ ସାହୁ କହିଛନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହିସାବରେ କାମ କରିବି। ତେଣୁ ମୋତେ ସୁରକ୍ଷା ଦରକାର। ଧର୍ମଶାଳାରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ରକ୍ତମୁଖା ହୋଇଗଲେଣି। ସେମାନେ ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବିଜେଡିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାମ କରିଥିଲେ। ସେମାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତଥାପି ସେମାନେ ଖୁଲମଖୁଲ୍ଲା ବୁଲୁଛନ୍ତି। ତାଙ୍କ ଗୁଣ୍ଡାରାଜ ବହୁତ ବଢ଼ି ଯାଇଛି। ମୋହନ ସରକାର ଗୁଣ୍ଡାରାଜ ଶେଷ କରିବେ ବୋଲି ଆଶା କରୁଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!