ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍ଏଲ୍ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଆର୍ଥିକ ସାକ୍ଷରତା ଓ ଡିଜିଟାଲ ପେମେଣ୍ଟ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ଏସ୍ଏଲ୍ବିସି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସ୍ଏଲ୍ବିସି ଓଡ଼ିଶାର ଅଧ୍ୟକ୍ଷ ବିଜୟ କୁମାର ନିବୃତି କାମ୍ବଲେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିବା ସହ ବାର୍ଷିକ ଋଣ ଯୋଜନା, ସିଡି ଅନୁପାତ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜିକ ସୁରକ୍ଷା ଯୋଜନାର ସଫଳତା ରୂପାୟନ ଉପରେ ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ରିଜର୍ଭ ବ୍ୟାଙ୍କର ନୀତି, ପ୍ରାଥମିକତା କ୍ଷେତ୍ର ଲକ୍ଷ୍ୟ ଏବଂ ରାଜ୍ୟର ସିଡି ଅନୁପାତରେ ଉନ୍ନତି ଉପରେ ଆଲୋକପାତ କରିଥିଲେ। ଏପରିକି ସ୍କୁଲ ଓ କଲେଜ ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଆର୍ଥିକ ସାକ୍ଷରତା ଅଭିଯାନ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେହିପରି ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶା ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଡିଜିଟାଲ ସାକ୍ଷରତା ଏବଂ ଡିଜିଟାଲ ମୁଦ୍ରାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ନାବାର୍ଡର ସିଜିଏମ୍ ଡ. ସୁଧାଂଶୁ କେ.କେ.ମିଶ୍ର ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଏସିପି, ଫସଲ ଋଣ, କୃଷି ମିଆଦୀ ଋଣ, କେସିସି ସାଚୁରେସନ ଏବଂ ସରକାରଙ୍କ ପ୍ରାୟୋଜିତ ଯୋଜନାର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ କୃଷି ନିର୍ଦ୍ଦେଶକ ଓ ଶିଳ୍ପ ନିର୍ଦ୍ଦେଶକମାନେ ମଧ୍ୟ ନିଜ ନିଜ ବିଭାଗ ଉପରେ ମତ ରଖିଥିଲେ। ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ଓଡ଼ିଶାର ଆବାହକ ଗୌତମ ପାତ୍ର ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ୨୦୨୪ ଜୁନ୍ରେ ଶେଷ ହୋଇଥିବା ତ୍ରୈମାସିକ ପାଇଁ ସମସ୍ତ ବ୍ୟାଙ୍କର ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ପରିଶେଷର ସିଜିଟିଏମ୍ଏସ୍ଇ, ସରସେଇ, ରାଜ୍ୟସ୍ତରୀୟ ବୀମା କମିଟି ଏବଂ ସରକାରୀ ବିଭାଗର ପ୍ରତିନିଧିମାନେ ନିଜ ନିଜ ସେବା କ୍ଷେତ୍ର ଉପରେ ନିଜର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!