IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର

ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା।
ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ଭାବେ ଲାଗୁ ହୋଇଥିବା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ପୂଜା ବେଆଇନ ଭାବେ ଆଇଏଏସ୍ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା।ପୂଜା ଖେଡକର ପ୍ରଶାସନିକ ସେବା ପରୀକ୍ଷା ନିୟମ ୨୦୨୨କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେ ନିଜର ନକଲି ପରିଚୟ ଦେଇ ୟୁପିଏସ୍ସିରେ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ପୂଜାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବା ସହ ତାଙ୍କ ବିରୋଧରେ ୟୁପିଏସ୍ସି ଅପରାଧିକ ମାମଲା ଚାଲୁ କରିଛି। ସେ ଠକେଇ, ଧୋକା ଓ ହେରଫେର କରିଥିବା ଅଭିଯୋଗ ହୋଇଛି। ୟୁପିଏସସିର ଏହି ନିଷ୍ପତ୍ତିକୁ ପୂଜା ଦିଲ୍ଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବାର ଅଧିକାର ୟୁପିଏସ୍ସିର ନାହିଁ ବୋଲି ସେ କହିଥିଲେ।

Post Views59 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!