ଜାଣନ୍ତୁ ରାହୁଲଙ୍କୁ ଟ୍ରୋଲ କଲେ କେଉଁ ନେତା

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଚାଲିଛି ଭୋଟ୍‌ ଗଣନା । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଓ ଝାଡ଼ଖଣ୍ଡରେ JMM ମେଣ୍ଟ ସରକାର କରିବ ବୋଲି ଜଣାପଡ଼ୁଛି । ଯଦି ଆମେ ମହାରାଷ୍ଟ୍ର କଥା କହିବା ତାହାଲେ ଏଠାରେ ‘ମହା’ ବିଜୟ ଅଭିମୁଖେ ମହାୟୁତି ମେଣ୍ଟ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଜେପି ଏବଂ ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ମହାୟୁତି ମେଣ୍ଟ ୨୨୮ ଆସନରେ ଆଗୁଆ ରହିଛି । ଯଦି ଏକାକୀ ବିଜେପି କଥା କହିବା ତାହାଲେ ଏବେ ସାମ୍ନାକୁ ଆସିଥିବା ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ୧୩୨ ଆସନରେ ଆଗୁଆ ରହିଛି । ସେହିପରି ଶିବସେନା ୫୫ ଓ ଏନସିପି ୪୧ ଆସନରେ ଆଗୁଆ ରହିଛି ।

ସେପଟେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ଏ‍ବେ ବହୁତ ପଛରେ ପଡ଼ିଯାଇଛି । କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି – ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି । ଏବେକାର ଟ୍ରେଣ୍ଡ ଅନୁସାରେ ଏହି ମେଣ୍ଟ ପ୍ରାୟ ୬୯ ଆସନରେ ଆଗୁଆ ରହିଛି । ତେବେ ଯଦି କଂଗ୍ରେସ କଥା କହିବା ତାହାଲେ ମହାରାଷ୍ଟ୍ରରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ଚଳିତ ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚନରେ କଂଗ୍ରେସ ୧୦୧ ଆସନରେ ନିର୍ବାଚନ ଲଢ଼ିଥିଲା । କିନ୍ତୁ ଏବେ ସୁଦ୍ଧା ମାତ୍ର ୧୬ଟି ଆସନରେ ହିଁ ଆଗୁଆ ରହିଛି ଦଳ । ଯାହାକି କଂଗ୍ରେସର ଏକ ଶୋଚନୀୟ ପରାଜୟ ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି । କିନ୍ତୁ ସେପଟେ ବିଜେପି ଚଳିତ ନିର୍ବାଚନରେ ୧୪୯ଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ୧୩୨ଟି ଆସନରେ ଆଗୁଆ ରହିଛି ।

 

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!