ମୁଖ୍ୟମନ୍ତ୍ରୀ ପଦପାଇଁ ଦାବି ଜଣାଇଲେ ସିନ୍ଧେ

ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର ପୁଣିଥରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ୨୮୮ ବିଧାନସଭା ଆସନରୁ ବିଜେପି, ଶିବସେନା ଓ ଏନସିପି ୨୩୩ଟି ଆସନରେ ଜିତିବା ଏକପ୍ରକାରର ନିଶ୍ଚିତ ହୋଇଛି। କେବଳ ବିଜେପି ଏକାକୀ ୧୩୩ ଆସନ ଜିତିପାରେ।

ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ବିଜେପି ଏଠାରେ ସର୍ବବୃହତ୍ତ ଦଳ ହୋଇଥିଲେ ହେଁ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଜଣାଇଥିବା ରିପୋର୍ଟ ପ୍ରକାଶ ପାଇଛି।

କୁହାଯାଉଥିଲା ଯେ ବିଜେପି ମହାୟୁତି ମେଣ୍ଟରେ ସର୍ବାଧିକ ଆସନ ଜିତିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବେ। ଫଡନାଭିସ ମଧ୍ୟ ନିଜ ବୟାନରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଏନଡିଏର ନେତୃବୃନ୍ଦ ନେବେ ବୋଲି କହିଥିଲେ। ଏସବୁ ଭିତରେ ମହାୟୁତି ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।

ଏପ୍ରିଲ-ମେ ମାସରେ ହୋଇଥିବା ଲୋକସଭା ନିର୍ବାଚନରେ ମହାୟୁତର ବିପର୍ଯ୍ୟୟ ପରେ ସିନ୍ଦେ ହିଁ ପୂରା ସ୍ଥିତି ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ମେଣ୍ଟରେ ଥିବା ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲେ। ଏବେ ମେଣ୍ଟକୁ ସଫଳତା ମିଳିଛି। ସେହିପରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଡକୀ ବେହେନ ଯୋଜନା ଗେମଚେଞ୍ଜର ସାବ୍ୟସ୍ତ ହୋଇଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!