ଜାନୁଆରୀ ୬ରେ ରାଜରାସ୍ତାକୁ ଓହ୍ଳାଇବ ବିଜେଡି

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଦର ବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬ରେ ସଚିବାଳୟ ସମ୍ମୁଖରେ ବିଜେଡି ଏକ ଗଣବିକ୍ଷୋଭ କରିବ।

ବୁଧବାର ଶଙ୍ଖଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା, ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ଯୁବ ସଭାପତି ବ୍ୟୋମକେଶ ରାୟ ଏହି ସୂଚନା ଦେଇଛନ୍ତି ।

ଏହାଛଡ଼ା ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପାଳିତ ହେବ। ସେହିଦିନ ବିଜେଡି ମୁଖ୍ୟାଳୟ ଶଙ୍ଖଭବନଠାରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

Post Views44 Total Count

Apply Now


This will close in 0 seconds

error: Content is protected !!