ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ

ବିଜେପିର ସାଙ୍ଗଠନିକ ନିର୍ବାଚନ ନିୟମ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିର୍ବାଚନ ସରିଥିବାରୁ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଉ ବିଳମ୍ବ ହେବନି। ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ନାଁ । ଏପଟେ ସଭାପତିଙ୍କ ଜିଲ୍ଲା ଭଦ୍ରକ ସମେତ ବାକି ୧୪ ଜିଲ୍ଲାରେ ଅଙ୍କ ଛିଡୁ ପାରୁନଥିବାରୁ, ସଭାପତି ନିର୍ବାଚନ ପରେ ଯାଇଁ ସେସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କୁହାଯାଉଛି ।

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ । ୩୭ ସାଙ୍ଗଠନିକ ଜିଲ୍ଲା ଭିତରୁ ୨୩ଟି ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନ ଶେଷ । ବାକି ୧୩ଟିରେ ଛିଡୁନି ଅଙ୍କ । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଗତକାଲି ୨୩ ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନ ସାରି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ବିଜେପିର ସାଙ୍ଗଠନିକ ନିୟମ ଅନୁସାରେ ସାଙ୍ଗଠନିକ ଜିଲ୍ଲା ସଂଖ୍ୟାର ଅଧାରୁ ଅଧିକରେ ନିର୍ବାଚନ ସରିବା ପରେ ହିଁ ରାଜ୍ୟ ସଭାପତି ନିର୍ବାଚନ ହେବ। ତେଣୁ ୨୩ ଜିଲ୍ଲାର ସଭାପତି ଘୋଷଣା ସରିଥିବାରୁ ରାଜ୍ୟ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

Post Views3 Total Count

Apply Now


This will close in 0 seconds

error: Content is protected !!