ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର

ଚାଷଜମିକୁ ଉର୍ବର କରିବ ପୁରୀ ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ। ଚାଷୀଙ୍କ କାମରେ ଲାଗିବ ବାସି ପୂଜାଫୁଲ, ତୁଳସୀପତ୍ର, ରୋଷଘରରୁ ବାହାରୁଥିବା ପେଜ ଓ ପରିବାଚୋପା। ଏସବୁ ବର୍ଜ୍ୟରୁ ଜୈବିକ ସାର ପ୍ରସ୍ତୁତ କରିବାକୁ ପୁରୀ ମାଳତିପାଟପୁର ଠାରେ ପ୍ରତିଷ୍ଠା ହୋଇଛି ବାୟୋଫିକ୍ସ ପ୍ଲାଣ୍ଟ। ଶ୍ରୀମନ୍ଦିରରେ ସ୍ବଚ୍ଛତା ବଜାୟ ରଖିବା ଦିଗରେ ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ସୁଆର ମହାସୁଆର ନିଯୋଗ କହିଥିବା ବେଳେ, ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିର ବର୍ଜ୍ୟରୁ ପ୍ରସ୍ତୁତ ହେବ ଜୈବିକ ସାର । ପୂଜା ଫୁଲ ଓ ତୁଳସୀଠୁ ରୋଷଘର ଆବର୍ଜନା । ଜୈବ ବର୍ଜ୍ୟରୁ ବନିବ କମ୍ପୋଷ୍ଟ ଓ ବାୟୋଗ୍ୟାସ୍ । ପୁରୀ ମାଳତୀପାଟପୁରରେ ସ୍ଥାପିତ ହୋଇଛି ଏହି ବାୟୋଫିକ୍ସ ପ୍ଲାଣ୍ଟ। ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟ ପରିଚାଳନା ପାଇଁ ବଡ଼ ବଡ଼ ମେସିନ୍ ତୟାର୍, ଅଭିଜ୍ଞ କର୍ମଚାରୀ ବି ତୟାର୍। ଶ୍ରୀମନ୍ଦିରରୁ ବାହାରୁଥିବା ପବିତ୍ର ବର୍ଜ୍ୟସାମଗ୍ରୀ ଯଥା- ନଷ୍ଟ ହୋଇଯାଉଥିବା ମହାପ୍ରସାଦ, ବାସି ଫୁଲ ଓ ତୁଳସୀ, ରୋଷଘରରୁ ବାହାରୁଥିବା ପନିପରିବା ଚୋପା, ନଡ଼ିଆ କତା ଓ ଷଢ଼େଇ ଆଦି ପ୍ରକ୍ରିୟାକରଣ କରି ଏଠାରେ କମ୍ପୋଷ୍ଟ ଖତ ଓ ବାୟୋଗ୍ୟାସ୍ ପ୍ରସ୍ତୁତ ହେବ।

Post Views23 Total Count

Apply Now


This will close in 0 seconds

error: Content is protected !!