ଛତିଶଗଡ ଦାନ୍ତେୱାଡାରେ ଏନ୍‌କାଉଣ୍ଟର

ନିପାତ ହେଉଛନ୍ତି ମାଓବାଦୀ । ପୁଣି ଛତିଶଗଡ ଦାନ୍ତେୱାଡାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା  ମାଓବାଦୀ  ମୃତ । ଦାନ୍ତେୱାଡା  ଓ ବିଜାପୁର ସୀମାରେ ଗୁଳିବିନିମୟ ଜାରି  । ଇନ୍‌ସାସ୍‌ ରାଇଫଲ ସମେତ ବିପୁଳ ମାରଣାସ୍ତ୍ର ଜବତ । ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ ଏନକାଉଣ୍ଟରରେ ମଧ୍ୟ ୩ ମାଓବାଦୀ ନିପାତ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମରେ ଟଳି ପଡିଥିଲେ ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଥିଲା । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଥିଲେ ସୁରକ୍ଷା କର୍ମୀ ।

ସେହିପରି ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ୫୦ ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ ରେ ରହିଛି ୬୮ଲକ୍ଷ ଟଙ୍କା ପୁରସ୍କାର ।

Post Views12 Total Count

Apply Now


This will close in 0 seconds

error: Content is protected !!