ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ସଦସ୍ୟ ନିଯୁକ୍ତ । ୯ଜଣଙ୍କୁ ନୂଆ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ମୟୁରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୧ ଜଣ ସଦସ୍ୟ ନିଯୁକ୍ତି ହୋଇଛନ୍ତି । ସ୍ବତନ୍ତ୍ର ସଦସ୍ୟ ଭାବେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୩ ଜଣଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ସ୍ବତନ୍ତ୍ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
ସୁନ୍ଦରଗଡ଼ ପାଇଁ ବୈକୁଣ୍ଠନାଥ ନାୟକ ନିଯୁକ୍ତ ହୋଇଥିବାବେଳେ ଅବିନାଶ ଠାକୁର କଳାହାଣ୍ଡି, ହଂସରାଜ ଜୈନ ବଲାଙ୍ଗୀର, ସୁବୋଧ ପ୍ରଧାନ ବୌଦ୍ଧ, ଗତିକୃଷ୍ଣ ମିଶ୍ର ବରଗଡ଼, ଭୁପିନ୍ଦର ପ୍ରସାଦ ନାୟକ ଦେବଗଡ଼, ମନ୍ଦାକିନୀ ବେଗଲ ନୂଆପଡ଼ା, ମିତ୍ରଭାନୁ ସାହୁ ଝାରସୁଗୁଡ଼ା, ଯାଜ୍ଞସେନୀ ନାଗ ସମ୍ବଲପୁର ପାଇଁ ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

