ସିବିଆଇ ସମନ ପରେ  ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଏବେ ବଢ଼ିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ। ୧୧ ତାରିଖ ଦିନ ୧୧ଟାରେ ହାଜର ହେବା ଲାଗି ସିବିଆଇ ପକ୍ଷରୁ ସମନ କରାଯାଇଥିଲା। ତାଙ୍କୁ ସିବିଆଇ ସମନ ଦେବା ପରେ ବି ଏନେଇ ମୁହଁ ଖୋଲିନାହାନ୍ତି ଶ୍ରୀ ସେଠୀ।

ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ନେଇ ସିବିଆଇ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରିଥିଲା।  ବିଷ୍ଣୁପଦ ସେଠୀ  ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ତେଣୁ ଡ୍ରାଇଭରମାନଙ୍କଠାରୁ ଟେଣ୍ଡର୍ ଫିକ୍ସିଂ ସମ୍ପର୍କରେ କିଛି ଗୁପ୍ତ ରହସ୍ୟ ଖୋଲିବାକୁ ସିବିଆଇ ଯୋଜନା କରୁଛି। ଏହା ମାଧ୍ୟମରେ ସିବିଆଇ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀମାନେ ଟେଣ୍ଡର୍ ଫିକ୍ସିଂରେ ସଂପୃକ୍ତ କି ନାହିଁ, ତାହା ଜାଣିବାକୁ ଉଦ୍ୟମ କରିଥିବା କୁହାଯାଉଛି।

ଏଣେ ଏହି ସମନକୁ ନେଇ କ୍ଷମତା କରିଡରରେ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟରେ ନୂଆ ସରକାର ଗଠନ ହେଲା ପରେ ପ୍ରଥମ ଥର ସିବିଆଇର ବଡ଼ ଧରଣର ଧରପଗଡ଼ ହେଉଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ପୂର୍ବ ସରକାରରେ ଏହି ଠିକା ସଂସ୍ଥା ମଧ୍ୟ ବହୁ କୋଟି ଟଙ୍କାର ପ୍ରକଳ୍ପ ନେଇଥିଲା। ସିବିଆଇ ସେସବୁକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ଏହି ମାମଲାରେ ସିବିଆଇ ତିନି ଜଣ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେଇଥିବା ବେଳେ ଗତକାଲି ଦ୍ବିତୀୟ ଦିନରେ କିଛି ବ୍ୟକ୍ତିଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଡକାଯାଇଥିଲା। ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକା ଲାଞ୍ଚ କାରବାରରେ ସଂପୃକ୍ତ ନା ଏହା ପଛରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀଙ୍କର ସଂପୃକ୍ତି ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!