ମାର୍ଚ୍ଚ ୩୧ ପରେ ଧାନ କିଣିବେନି ସରକାର

ଏଣିକି ଆଉ ବଢ଼ିବନି ଧାନ କିଣା ଅବଧି। ଡେଡଲାଇନ ଦେଲେ ରାଜ୍ୟ ସରକାର‌। ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି। ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି। ରବି ଫସଲ ପାଇଁ ସରକାର ପ୍ରସ୍ତୁତି ହେବେ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।

ସୂଚନା ଅନୁଯାଇ, ନଭେମ୍ବର ୨୧ରୁ ବରଗଡ଼ରୁ ଧାନ କିଣା ପକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ପ୍ରଥମ ଥର ଏମ୍‌ଏସ୍‌ପି ୨୩ଶହ ଟଙ୍କା ସହ ୮ଶହ ଟଙ୍କା ଇନ୍‌ପୁଟ୍ ସହାୟତା ରାଶି ସହ ଚାଷୀଙ୍କ ଠାରୁ କୁଇଣ୍ଟାଲ୍ ପିଛି ୩୧ଶହ ଟଙ୍କାରେ ଧାନ କିଣୁଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି। ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି। ତେବେ ଆଉ ୩୫ ଦିନ ପରେ ଧାନ କିଣିବେନି ସରକାର। ଏନେଇ ଡେଡଲାଇନ ଲାଇନ୍ ସ୍ଥିରି କରାଯାଇଛି। ତେବେ କଟନୀ ଛନଟୀକୁ ଓ ଟୋକନ୍ ଅବ୍ୟବସ୍ଥା କାରଣରୁ ପୂର୍ବରୁ ଏକାଧିକ ଥର ଧାନକିଣା ଅବଧି ରାଜ୍ୟ ସରକାର ବଢ଼ାଇଥିଲେ ।

Post Views26 Total Count

Apply Now


This will close in 0 seconds

error: Content is protected !!