ସେବାୟତ ଖସିପଡିବା ଘଟଣାକୁ ନେଇ ତେଜିଲା ରାଜନୀତି

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଯିବାକୁ ନେଇ ତେଜିଲା ରାଜନୀତି। ବିଏମସି ମେୟର ସୁଲୋଚନା ଦାଶ କହିଛନ୍ତି, ମନ୍ଦିର ଚଢିବା ବାଟରେ ପ୍ରଶାସନ ବାଲି ପକାଇବାକୁ ଭୁଲିଯାଇଛି। ଯାହାର ତଦନ୍ତ ହେବା ଦରକାର। ବାଲି ପଡ଼ିଥିଲେ ଏଭଳି ଅଘଟଣ ଘଟି ନଥିଲା ବୋଲି କହିଛନ୍ତି ମେୟର। ଆହତ ସମର୍ଥା ସେବାୟତଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ମେୟର।

ବାଲି ପଡିନଥିବା ଘଟଣାର ତଦନ୍ତ ହେଉ ବୋଲି ମେୟର କହିଛନ୍ତି। ବର୍ଷ ବର୍ଷ ଧରି ସମର୍ଥା ସେବାୟତ ଜୀବନକୁ ବାଜି ଲଗାଇ ଦେଉଳ ଉପରକୁ ଯାଆନ୍ତି। ହେଲେ ତାଙ୍କ ପାଇଁ ବୀମା ମଧ୍ୟ ନାହିଁ। ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି।

ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି। ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢିବା ବେଳେ ହଠାତ୍ ଗୋଡ ଖସିଗଲା। ଫଳରେ ସେ ଡେଇଁ ପଡ଼ିଲେ। ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା। ସେ ଡେଇଁବା ବେଳେ ବାଲି ନଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।

Post Views123 Total Count

Apply Now


This will close in 0 seconds

error: Content is protected !!