ଚର୍ଚ୍ଚାରେ ବିଧାୟକ ଏବଂ ଓଏଏସ ଯୋଡ଼ି

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। ସାତ ଜନ୍ମର ସାଥୀ ହେଉଛନ୍ତି ସିପ୍ରା-ସାରଦା। ସାରଦାଙ୍କ ରାଜନୀତିକ ଜୀବନରେ ଲାଗୁଛି ପ୍ରଶାସନିକ ଅଧିକାରୀଣିଙ୍କ ପ୍ରେମର ଛିଟା। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହୋଇଛି। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ ୫୦ ଜଣ ଉଦୟପୁରରେ ପହଞ୍ଚିଥିଲେ।

ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ। ପରେ ୨୦୨୩ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି।

Post Views6 Total Count

Apply Now


This will close in 0 seconds

error: Content is protected !!