ପ୍ରେମ ପାଇଁ ସାଇକେଲ ରେ ସ୍ୱିଡେନ ଯାତ୍ରା

 

ଆଜି ବିଶ୍ୱ ସାଇକଲ ଦିବସ, ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସହ ସାଇକଲ ର ରହିଛି ନିବିଡ଼ ସମ୍ପର୍କ । ସାଇକଲ ଚଲାଇବା ଦ୍ୱାରା ପ୍ରଦ୍ୟୁଷଣ ହୋଇନଥିବା ବେଳେ ଶରୀର ମଧ୍ୟ ସୁସ୍ଥ ରହିଥାଏ । ସାଇକଲ କୁ ନେଇ ବିଭିନ୍ନ ରୋଚକ କାହାଣୀ ରହିଛି, ହେଲେ ଆପଣ ଜାଣନ୍ତିକି ଏଭଳି ଜଣେ ବ୍ୟକ୍ତି ଯିଏକି ନିଜ ପ୍ରେମିକାକୁ ଭେଟିବାକୁ ସାଇକଲ ଯୋଗେ ଆଠମଲ୍ଲିକ ରୁ ସ୍ଵିଡେନ ଯାଇଥିଲେ।

ଓଡ଼ିଶାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆ । ଦିନେ ତାଙ୍କ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ଥିଲେ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଗାଁର ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ । ବାପା ଶ୍ରୀଧର ମହାନନ୍ଦିଆ ଜଣେ ପୋଷ୍ଟ ମାଷ୍ଟର ଓ ମାଆ ଗୃହିଣୀ । ଝାଟିମାଟି ଘରେ ବଢ଼ିଥିବା ପ୍ରଦ୍ୟୁମ୍ନ ଆଠମଲ୍ଲିକ ଓ ଛେଣ୍ଡିପଦାରେ ଶିକ୍ଷା ଗ୍ରହଣ ପରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ।ତେବେ ମାଆ କଳାବତୀଙ୍କ ଝୋଟିଚିତାରେ ଅନୁପ୍ରାଣିତ ହୋଇ ଚିତ୍ର ଆଙ୍କୁଥିବା ପ୍ରଦ୍ୟୁମ୍ନ ଅଧିକ କିଛି କରିବା ଅଶାରେ ଚାଲି ଯାଇଥିଲେ ଖଲ୍ଲିକୋଟ ଓ ପରେ ଦିଲ୍ଲୀ । ସେଠାରେ ଆର୍ଟ କଲେଜରେ ମାଷ୍ଟର ଡିଗ୍ରୀ ଚାଲିଥିବା ବେଳେ ଷ୍ଟ୍ରିଟ ଆର୍ଟିଷ୍ଟ ଭାବେ କାମ କରୁଥିଲେ ପ୍ରଦ୍ଯମ୍ନ। ୧୯୭୫ରେ ଦେଖା ହୋଇଥିଲା ସ୍ୱିଡେନ ତରୁଣୀ ତଥା ସଙ୍ଗୀତ କଳା ଛାତ୍ରୀ ଚାର୍ଲଙ୍କ ସହ । ଚାର୍ଲଙ୍କ ଚିତ୍ର ଆଙ୍କୁ ଆଙ୍କୁ ଆରମ୍ଭ ହୋଇଥିଲା ଆତ୍ମୀୟତା, ଅନୁରାଗ ଓ ପ୍ରେମ । ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଭାରତର ଭିସା ସମାପ୍ତ ପରେ ଓଡ଼ିଶାରୁ ଚାର୍ଲ ଫେରି ଯାଇଥିଲେ ସ୍ୱିଡେନ ।

ହେଲେ ପତ୍ନୀଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ସେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିଲେ । ଶେଷରେ ୧୯୭୭ ମସିହାରେ ନିଜ ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ। ଦୀର୍ଘ ୫ ମାସ କାଳ ସାଇକେଲ ଚଲାଇ ପାକିସ୍ତାନ, ଆଫଗାନିସ୍ତାନ, ଇରାକ, ତୁର୍କୀ ପରି ୮ଟି ଦେଶ ଅତିକ୍ରମ କରିଥିଲେ। ବାଟରେ ବହୁ ଥର ସାଇକେଲ ଭାଙ୍ଗି ଯାଇଥିଲେ ବି ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି କିନ୍ତୁ ଟଳମଳ ହୋଇ ନ ଥିଲା। ତେଣୁ ଦୀର୍ଘ ଦିନର କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ସ୍ୱିଡେନରେ ପହଞ୍ଚିଥିଲେ। ଆଉ ସେବେଠୁ ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ବସବାସ କରୁଛନ୍ତି।

ଏହି ଦମ୍ପତି ଏବେ ସ୍ୱିଡେନରେ ନିଜ ୨ ପିଲାଙ୍କ ସହ ବେଶ ହସଖୁସିରେ ସମୟ କାଟୁଛନ୍ତି। ସେଠାରେ ମଧ୍ୟ ମହାନନ୍ଦିଆ ଜଣେ ଚିତ୍ରକର ଭାବେ କାମ କରୁଛନ୍ତି। ଏଥିସହ ସେ ସ୍ୱିଡେନ୍ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ମଧ୍ୟ କାମ କରୁଛନ୍ତି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!