ଅରୂପ-ଏକ ଆଦର୍ଶ, ଏକ ଆବେଗ । ପୁରୀ ମାଟିର ଗର୍ବଗୌରବ । ଆମ ଦେଶରୁ ଦାଉଦ୍ ଗ୍ୟାଙ୍ଗକୁ ସଫା କରିଥିବା ଜଣେ ବୀରପୁରୁଷ । ଓଡିଶାରୁ ରକ୍ତାଭାବ ଦୂର କରିଦେଇଥିବା ନିଆରା ମଣିଷ । ଏଭଳି ବ୍ୟକ୍ତିତ୍ୱଙ୍କୁ ପବିତ୍ର ପୁରୀରୁ ସାଂସଦ ପ୍ରାର୍ଥୀ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଡେଲାଙ୍ଗ ମାଟିର ପୁଅ ଅରୂପ । ୧୯୯୩ ମୁମ୍ବାଇ ବମ ବ୍ଲାଷ୍ଟର ଗ୍ୟାଙ୍ଗଷ୍ଟାରଙ୍କୁ ପାଣି ପିଆଇଥିଲେ । ୟୁପିରେ ପଶି ଡନକୁ ବାନ୍ଧିଥିଲେ । ଓଡିଶାରେ ୪ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ସହ କୃତ୍ରିମ ଅଙ୍ଗଦାନ ଓ କରୋନା ବେଳେ ଅସହାୟଙ୍କ ପାଇଁ ସାଜିଥିଲେ ବରଦାନ । ଆଜି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ଜନ୍ମମାଟି ପୁରୀର ସେବା ପାଇଁ ଆଗେଇ ଆସିଛନ୍ତି । ପୁରୀ ବିକାଶର ମାଷ୍ଟରପ୍ଲାନ ଧରି ଜନତାଙ୍କ ଆଶିଷକୁ ଅପେକ୍ଷା କରିଛନ୍ତି ।

ପୁରୀ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଅରୂପ ପଟ୍ଟନାୟକ ହେଉଛନ୍ତି ଡେଲାଙ୍ଗ ମାଟିର ପୁଅ । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଭାବେ ମୁମ୍ବାଇର ପୁଲିସ କମିସନର ଭାବେ କାର‌୍ୟ୍ୟ କରି ସେ କେବଳ ତାଙ୍କ ଜନ୍ମମାଟି ନୁହେଁ, ସମଗ୍ର ଓଡ଼ିଶା ପାଇଁ ଖ୍ୟାତି ଆଣିଥିଲେ । ବିଜେଡିରେ ଯୋଗଦେବାର ଖୁବ୍ କମ୍ ସମୟ ବ୍ୟବଧାନରେ ଗତଥର ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା । ହେଲେ ମାତ୍ର ୨୧ ହଜାର ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ତା’ ପରଠାରୁ ବିଜେଡିର ସାମାଜିକ ସଂଗଠନ “ଓଡ଼ିଶା ମୋ ପରିବାର’ର ଆବାହକ ଦାୟିତ୍ୱରେ ଅଛନ୍ତି । କ୍ୟାନସର ରୋଗୀଙ୍କ ପାଇଁ ତାଙ୍କର ପୁରୁଣା ସଂସ୍ଥା ‘କୋଣାର୍କ ଫାଉଣ୍ଡେସନ୍’ ମଧ୍ୟ କାର୍ଯ୍ୟ କରୁଛି ।

ରାଜ୍ୟର ଉପକୂଳବର୍ତ୍ତୀ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ଲୋକସଭା କ୍ଷେତ୍ର ବେଶ ଗୁରୁତ୍ୱପୂର୍ଣ୍ଣ । ଦେଶର ଚାରି ଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀ । ଚଳିତ ନିର୍ବାଚନରେ ଏହି ପବିତ୍ରଧାମ ଉପରେ ରହିଛି ପ୍ରମୁଖ ଦଳର ନଜର । ବିଜେଡି ପାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି ।ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦଳୀୟ ମହଲରେ ଦେଖାଦେଇଛି ଉତ୍ସାହ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ବିଜେଡି ଓ ତାଙ୍କ ସପକ୍ଷରେ ଯିବା ନେଇ ସେ ବେଶ ଆଶାବାଦୀ ।

ପୁରୀରେ ଅନେକ ବିକାଶ କାର୍ଯ୍ଯ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନ ବନ୍ଦର, ଶ୍ରୀସେତୁ, ଶ୍ରୀଦାଣ୍ଡ ସବୁଠି ଦେଖିବାକୁ ମିଳିଛି ବିକାଶର ଆକାଶଛୁଆଁ ଚିତ୍ର । ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏଥର ଜନତାଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଥିବା କହିଛନ୍ତି ସମ୍ବିତ । ଦୁଇ ପ୍ରମୁଖ ଦଳ ପୁରୀ ଲୋକସଭା ଆସନ ପାଇଁ ଜୋରଦାର ରଣନୀତି ଆରମ୍ଭ କରିଥିବା ବେଳେ କଂଗ୍ରେସ ଏଠାରେ କାହାକୁ ପାର୍ଥୀ କରିବ ଅପେକ୍ଷା କରିଛନ୍ତି ଦଳୀୟ ନେତା ।

Post Views96 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!