ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ରାଜ୍ୟ ପ୍ରବକ୍ତା ଭାବରେ ନିଯୁକ୍ତି କରାଯାଇଛି। ଶ୍ରୀ ପଣ୍ଡା ଜଣେ ଉଚ୍ଚ ଶିକ୍ଷିତ ଓ ସମାଜ ସେବୀ ଏବଂ ସେବା ଯୁକ୍ତ ରାଜିନୀତିରେ ରୁଚି ରଖନ୍ତି ।
ସେ ଗତ ଦଶ ବର୍ଷ ହେଲା ଦଳ ସହିତ ଜଡ଼ିତ ଏବଂ ଗତ ପଞ୍ଚାୟତ ନିର୍ବାଚନ ଠାରୁ ସକ୍ରିୟ ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟୀତ୍ୱ ତୁଲାଇ ଆସୁଛନ୍ତି l ଆଜି ରବିବାର ଭୁବନେଶ୍ୱର ଠାରେ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦିନିକିଆ ପ୍ରଶିକ୍ଷଣ ଶେଷ କରି ଢେଙ୍କାନାଳ ପ୍ରତ୍ୟାବର୍ତନ କରିଛନ୍ତି l ଶ୍ରୀ ପଣ୍ଡା ଛଦେଶ ଅଂଚଳର କୋଇଲିପଙ୍ଗି ଗ୍ରାମର ଅଧିବାସୀ l ଜିଲ୍ଲା ସଂଗଠନ ପକ୍ଷରୁ ବହୁ ସକ୍ରିୟ ସଦସ୍ୟ ଶ୍ରୀ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ ଉଜ୍ଜଳ କାମନା କରି ଶୁଭେଚ୍ଛା ଜଣାଇଛନ୍ତି l

