ଚାଲିଛି ହେବିୱେଟ ଲଢେଇ ଆଗରେ ଅଛନ୍ତି ଧର୍ମେନ୍ଦ୍ର, ଓଡିଶାରେ ବିଧାନସଭା ଟ୍ରେଣ୍ଡରେ ବିଜେପି ଆଗୁଆ

ସମ୍ବଲପୁର ଲୋକସଭା ଆସନରେ  ହେଉଛି ହେଭିୱେଟ ଲଢ଼େଇ। ଏଠାରେ ବିଜେପି ଓ ବିଜେଡି ତରଫରୁ ଦୁଇ ହେଭିୱେଟ ମଇଦାନରେ ଥିବା ବେଳେ ସେମାନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ତେବେ ଏହି ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡ଼ି ପ୍ରାର୍ଥୀ ବବି ଦାସ ।

ବର୍ତ୍ତମାନ ସୁଦ୍ଧା ଗଣତି ସୁଦ୍ଧା ପ୍ରଥମ ରାଉଣ୍ଡରେ ପ୍ରଥମ ରାଉଣ୍ଡରେ କଣ୍ଟାବାଞ୍ଜି ଆସନରେ ନବୀନ ପଟ୍ଟନାୟକ ଆଗରେ ଥିବା ବେଳେ ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ମିଳିଛି ୫୪୦୮ ଖଣ୍ଡ ଭୋଟ୍ । ସେ ୮୬୭ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସେହିପରି ପିପିଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର ପୋଷ୍ଟାଲ ବାଲାଟ ଗଣତିରେ ଆଗରେ ଅଛନ୍ତି ।ବାଙ୍ଗିରିପୋଷି ବିଧାନସଭା ଆସନରେ ବିଜେପି ଆଗୁଆ ଅଛି। ଏହି ଆସନରେ ବିଜେପି ପ୍ରାର୍ଥୀ ସଂଜଳି ମୁର୍ମୁ ଆଗୁଆ ଅଛନ୍ତି। ବାସୁଦେବପୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଆଗୁଆ ଥିବା ବେଳେ ବେଗୁନିଆ ବିଧାନସଭାରେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ଆଗରେ ଅଛନ୍ତି ।

ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଥିବାର ଜଣାଯାଇଛି ।

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!