ଆର ଆର ଇଭେଂଟ୍ସ ଦ୍ୱାରା ଆରମ୍ଭ ହେବାକୁ ଯାଉଛି Odisha Queen ର ଚତୁର୍ଥ ସଂସ୍କରଣ

ଆର ଆର ଇଭେଂଟ୍ସ ଆଣ୍ଡ ପ୍ରୋମସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ୨୦୧୯ ମସିହାରେ.କୋଭିଡ ପାଇଁ କିଛି ସମୟ ବିରତି ପରେ ଦୁତୀୟ ସଂସ୍କରଣ ୨୦୨୨ ଏବଂ ତୃତୀୟ ସଂସ୍କରଣ ୨୦୨୩ ମସିହାରେ ହୋଇଥିଲା .ପ୍ରଥମ ସଂସ୍କରଣରେ ଇଲ୍ଲିଏନା ଡି କୄଜ଼ ,ଦୁତୀୟ ସଂସ୍କରଣରେ ବଲିଉଡ ଅଭିନେତ୍ରୀ ଜରିନା ଖାନ,ତୃତୀୟ ସଂସ୍କରଣରେ ଅଭିନେତ୍ରୀ ଓ ମଡେଲ ମାନୁଷୀ ଚିଲ୍ଲର ଯୋଗ ଦେଇଥିଲେ .

ଆସନ୍ତା ଜୁଲାଇ ମାସ ୨୦ ତାରିଖରେ Odisha Queen ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରସ୍ଥିତ ରେଳବାଇ ଅଡିଟୋରିଉମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି.

ଏଥିରେ ବିଶେଷ ଆକର୍ଷଣ ବଲିଉଡ଼ ସୁନ୍ଦରୀ ଅଭିନେତ୍ରୀ ମଲାଇକା ଅରୋରା .

ଏହା ପୂର୍ବରୁ ଓଡିଶାର ବିଭିନ୍ନ ଅଂଚଳରେ ପ୍ରତିଯୋଗିନୀ ମାନଙ୍କ ପାଇଁ ଅଡିସନ ଅନୁଷ୍ଠିତ ହେବ .ବ୍ରହ୍ମପୁରରେ ଜୁନ ୧୯ ତାରିଖ ,ବାଲେଶ୍ୱରରେ ଜୁନ ୨୨ ତାରିଖ ,ରାଉରକେଲାରେ ଜୁନ ୨୮ ତାରିଖ ,ସମ୍ବଲପୁରରେ ଜୁନ ୩୦ ତାରିଖ ,କଟକରେ ଜୁଲାଇ ୩ ତାରିଖ ଏବଂ ଭୁବନେଶ୍ୱର ଠାରେ ଜୁଲାଇ ୫ ତାରିଖ ଦିନ ଅଡିସନ ଅନୁଷ୍ଠିତ ହେବ ..୧୮ ରୁ ୨୮ ବର୍ଷ ପର୍ଯ୍ୟନ୍ତ ଝିଅ ମାନେ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ .

ବିଭିନ୍ନ ପର୍ଯାୟରେ ପ୍ରତିଯୋଗିତା ହେବ ପରେ ସର୍ବଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗିନୀ ପ୍ରତିଯୋଗିନୀ ଫାଇନାଲ ମଞ୍ଚରେ ପ୍ରବେଶ କରିବେ ଏବଂ ଶ୍ରେଷ୍ଠ ପ୍ରତିଯୋଗିନୀ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ହାତରେ ବିଜୟିନୀ ମୁକୁଟ ପିନ୍ଧିବେ .ଏଠି ସହିତ ଅନ୍ୟାନ୍ୟ ପର୍ଯ୍ୟାୟରେ ମଧ୍ୟ ଅନ୍ୟମାନଙ୍କୁ ପୁରସ୍କୃତ କରାଯିବ .

ଏହି ସାମ୍ବାଦିକ ସମ୍ମିଳନୀରେ ଆର ଆର ଇଭେଂଟ୍ସ ଆଣ୍ଡ ପ୍ରୋମସନର ଫାଉଣ୍ଡର ତଥା ଫିଲ୍ମ ପ୍ରଯୋଜକ ଶ୍ରୀ ରମେଶ ବାରିକ ,କ୍ରିଏଟିଭ ହେଡ଼ ଶ୍ୟାମା ପ୍ରସାଦ ମିଶ୍ର ,ଅଭିନେତ୍ରୀ ଅର୍ଚିତା ସାହୁ ,ଶୀତଲ ପାତ୍ର,ଅଭିନେତା ସୁବାଶିଷ ଶର୍ମା(ମଣ୍ଟୁ ),ସ୍ୱପ୍ନା ପ୍ରିୟଦର୍ଶିନୀ ,ସୁପର ମଡେଲ ସାଞ୍ଜ ଅମିତ୍ କୁମାର ଘୋଷ, ଶୁଭସ୍ମିତା,ଶାଶ୍ୱତୀ ପତି,ଜହିଦI ଅହମଦ,ଆଲେମ ଅହମଦ ,ଡ଼ ଅମ୍ରିତ ପାଟଜୋଷୀ ପ୍ରମୁଖ ଯୋଗ ଦେଇଥିଲେ . 

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!