ଅନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟର ୫ ହଜାର ଲେଖାଏଁ ଟଙ୍କା। କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର ।ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି କିସ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାସହ ସୁଭଦ୍ରା ସୁରକ୍ଷା ଅଧୀନରେ ମଧ୍ୟ ୧୫୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର।

