ସରିଲା ଜାଗ୍ରତ ଓ ଅନୁଭବଙ୍କ ନିର୍ବନ୍ଧ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଛି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା ।

ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଆନୁଭବ ଏବଂ ଜାଗୃତିଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି, ଏମିତିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା ଯେ ଏଇ ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି।

Post Views4 Total Count

Apply Now


This will close in 0 seconds

error: Content is protected !!