ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମୋହନ ସରକାର

ଆଜି ସମ୍ବଲପୁରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀ ଭୁବନେଶ୍ୱର ବଦଳରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଅଭିଯୋଗ ଶୁଣିଛନ୍ତି । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କରାଯାଇଛି। ଏଥିପାଇଁ ଗତକାଲିଠୁ ସମ୍ବଲପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ଗାପାଲି ସ୍ଥିତ ସମ୍ବଲପୁର ମହାନଗର ନିଗମ ଅଫିସରେ ସକାଳ ୮ଟାରୁ ଆରମ୍ଭ ହେବ ଜନ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲରେ ଆଜି ପାଇଁ ହଜାରେ ଲୋକେ ନିଜ ଅଭିଯୋଗ ଦାଏର କରିଛନ୍ତି।

ଅନଲାଇନ୍ ସମେତ ଅଫଲାଇନରେ ବି ଅଭିଯୋଗ ଶୁଣାଯିବ। ଆଜିର ଅଭିଯୋଗ ଶୁଣାଣିରେ ଗୃହ, ରାଜସ୍ବ, ଗୃହ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ବିଭାଗର ସଚିବଙ୍କ ସହ ୧୩ ଜଣ ସଚିବ ସ୍ତରୀୟ ବରିଷ୍ଠ IAS ଉପସ୍ଥିତ ରହିବେ।ଗତକାଲି ମୁଖ୍ୟମନ୍ତ୍ରୀ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତରାଜ ମନ୍ତ୍ରୀ ରବି ନାୟକ, ଓ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ସମଲେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Post Views28 Total Count

Apply Now


This will close in 0 seconds

error: Content is protected !!