ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପତ୍ର ବଣ୍ଟନ

ଜମ୍ମୁ-କଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ପାକିସ୍ତାନ ଆକ୍ରମଣରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ଏଠାରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ, ପାକିସ୍ତାନ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ସାଧାରଣ ନାଗରିକ ଏବଂ ଧାର୍ମିକ ସ୍ଥାନ ଗୁଡିକୁ ଟାର୍ଗେଟ କରିଥିଲା । ଅପରେସନ ସିନ୍ଦୂର ପାକିସ୍ତାନକୁ ଉଚିତ ଜବାବ ଦେଇଛି ।

ଏହି ଅବସରରେ ଅମିତ ଶାହ ପୁଞ୍ଚ ସ୍ଥିତ ସିଂହସଭା ଗୁରୁଦ୍ବାରକୁ ଯାଇ ପ୍ରଣାମ କରିଥିଲେ । ଏହି ଗୁରୁଦ୍ବାର ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ଗୀତା ଭବନ ମନ୍ଦିର ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାସହିତ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପତ୍ର ଦେଇଛନ୍ତି ଗୃହମନ୍ତ୍ରୀ ।

Post Views18 Total Count

Apply Now


This will close in 0 seconds

error: Content is protected !!