ସ୍ନାନ ପୂର୍ଣ୍ଣିମା ପାଇଁ ସଜାଗ ପୁରୀ ପୋଲିସ୍, ଜଗିବେ ପ୍ରାୟ ୭୦ ପ୍ଲାଟୁନ୍‌ ଫୋର୍ସ

 

ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। କେନ୍ଦ୍ରାଞ୍ଚଳ ପୁଲିସ ଆଇ ଜି ପ୍ରବୀଣ କୁମାର ଜୁନ୍‌ ୫ ଅର୍ଥାତ୍‌ ଗୁରୁବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏସ ପି ବିନୀତ ଅଗ୍ରୱାଲଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଏହି ବୈଠକରେ ରହିଛନ୍ତି ।

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ଏଥର ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ପ୍ରାୟ ୭୦ ପ୍ଲାଟୁନ୍‌ ଫୋର୍ସ। ୪ ଏସ୍‌ପି ରାଙ୍କ୍‌ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

Post Views24 Total Count

Apply Now


This will close in 0 seconds

error: Content is protected !!