ରାୟଗଡ଼ା ଷ୍ଟେସନରେ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକାଇଲା ପୋଲିସ

ସମାବେଶରେ ଯୋଗ ଦେବା ପୂର୍ବରୁ ଅଟକ ପରିବେଶବିତ୍। ରାୟଗଡ଼ାରେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ବିଶ୍ବ ପରିବେଶ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଅଧା ବାଟରୁ ଉଠାଇ ନେଇଛି ପୋଲିସ। ରାୟଗଡାର କାଶୀପୁର ବ୍ଲକ ଅନ୍ତର୍ଗତ ହାଟପଦାରେ ଏକ ଜନସଭାରେ ଯୋଗ ଦେଇଥାନ୍ତେ ମେଧା ପାଟେକର।

ମିଳିଥିବା ସୂଚନା ମୁତାବକ, କାଶୀପୁରରେ ମାଆ-ମାଟି-ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା । ସିଜିମାଳୀ ଖଣିରେ ଖଣି ଖନନ କାର୍ଯ୍ୟକୁ ବିରୋଧ କରି ଏକ ଜନସଭା ଆୟୋଜିତ ହୋଇଥିଲା। ସିଜିମାଳି ଖଣିରେ ବକ୍ସାଇଟ ଖନନକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ମେଧା ପାଟେକରଙ୍କ ଗସ୍ତ ସେହି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାରେ ପୋଲିସ୍ ତାଙ୍କୁ ସେଠାରେ ଅଟକାଇଥିଲା। ରାୟଗଡା ରେଲୱେ ଷ୍ଟେସନରୁ ତାଙ୍କୁ ଉଠାଇ ନେଇ ବ୍ରହ୍ମପୁରରେ ଛାଡିଥିଲା ବୋଲି ସୂଚନା ମିଳିଛି।

ଏ ନେଇ ମେଧା ପାଟେକର କହିଛନ୍ତି, ‘‘ଆମେ ଗୁରୁବାର ଟ୍ରେନରୁ ଓହ୍ଲାଇବା କ୍ଷଣି ହିଁ ବହୁ ସଂଖ୍ୟକ ପୋଲିସ ଆମକୁ ଅଟକାଇଥିଲେ। ଆମକୁ ଷ୍ଟେସନ ଛାଡିବାକୁ ଅନୁମତି ଦିଆଗଲା ନାହିଁ। ଆମେ ଅପରାଧି ନୁହଁ କି ଆତଙ୍କବାଦୀ ନୁହଁ। ଆମେ ତ ଏଠାକୁ କେବଳ ପରିବେଶ ସୁରକ୍ଷାର ମହତ୍ତ୍ବ ବିଷୟରେ ଲୋକଙ୍କୁ କହିବାକୁ ଆସିଥିଲୁ।’

Post Views3 Total Count

Apply Now


This will close in 0 seconds

error: Content is protected !!