ଅନୁଷ୍ଠିତ ହେଲା OKCLର ବାର୍ଷିକ ନେଟ୍‌ୱାର୍କ୍ ପାର୍ଟନର୍ସ୍ ମିଟ୍

ଓଡ଼ିଶା ନଲେଜ୍‌ କର୍ପୋରେସନ୍ ଲିମିଟେଡ଼ର (ଓକେସିଏଲ୍) ବାର୍ଷିକ ନେଟ୍‌ୱାର୍କ୍ ପାର୍ଟନର୍ସ୍ ମିଟ୍ ୨୦୨୫ ଏକ ଉତ୍ସାହପୂର୍ଣ ଏବଂ ନବୀନ ପରିବେଶରେ ରେଳ ଅଡିଟୋରିୟମ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଏଆଇ ପାୱାର୍ଡ଼ ଏବଂ ଏଆଇ ଫ୍ଲେବର୍ଡ଼ (“AI Powered, Al Flavoured”) ଜ୍‌ମ୍ ଅନୁସାରେ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରର ପ୍ରତିନିଧ୍ବ, ବିଭିନ୍ନ ଉଦ୍ୟୋଗର ଉଦ୍ୟୋଗପତି ଏବଂ ସରକାରୀ ଅଧିକାରୀମାନେ ଏକତ୍ରିତ ହୋଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ କିପରି ରାଜ୍ୟରେ ଡିଜିଟାଲ ଦୂରତା ଏବଂ ଅନଲାଇନ୍ ସରକାରୀ ସେବାଗୁଡ଼ିକର ଉନ୍ନତି ପାଇଁ ସହାୟକ ହେଉଛି ତା’ ବିଷୟରେ ଚର୍ଚ୍ଚା କରିଥିଲେ।

ଓକାକ୍ (OCAC)ର ସିଇଓ ଡଃ ପ୍ରଦୀପ କୁମାର ରାଉତ ଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ତାଙ୍କ ମୁଖ୍ୟ ଭାଷଣରେ ଡିଜିଟାଲ୍ ବୈଷମ୍ୟ ଦୂର କରିବାରେ ଇ-ଗଭର୍ଣ୍ଣାନ୍ସର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ । ନୂତନ ପ୍ରଯୁକ୍ତିବିଦ୍ୟା, ବିଶେଷକରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ ସମସ୍ତ ନାଗରିକକ ପ୍ରଗତିରେ ସାହାଯ୍ୟ କରିପାରିବ ସେହି ପ୍ରସଙ୍ଗରେ ଆହ୍ବାନ ଦେଇଥିଲେ । ” ଏଆଇ କେବଳ ଏକ ଉପକରଣ ନୁହେଁ, ଏହା ଏକ ପରିବର୍ତ୍ତନର ସୂତ୍ରଧାର । ସେ କହିଥିଲେ ଏହା ଆମକୁ ସମସ୍ତ ଲୋକଙ୍କ ପାଖରେ ପହ‌ଞ୍ଚାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ସହାୟକ ହୋଇପାରିବ” ।

ଡ. ମନୋରଞ୍ଜନ ପ୍ରଥାଳ ପରିଚାଳନା ନିର୍ଦ୍ଦେଶକ (ଓକେସିଏଲ୍), ସଂସ୍ଥାର ଦୃଷ୍ଟିକୋଣ ଏବଂ ସଫଳତା ଉପରେ ଆଲୋଚନା କରିଥିଲେ । ସେ ନବୀନତା, ଔଦ୍ୟୋଗିତା ଏବଂ ବିକାଶଶୀଳ ଆଭିମୁଖ୍ୟ ଉପରେ ଗୁରୁଦ୍ୱାରୋପ କରିଥିଲେ । ସେ ଓଜେସିଏଲ୍‌ର ନେଟ୍‌ୱାର୍କ୍ ପାର୍ଟନର୍ସ୍ ଏବଂ ଅଧିକାରୀମାନଙ୍କ ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ ଏହି ସହ‌ଯୋଗିତା ସଂସ୍ଥାର ବୃଦ୍ଧି ଏବଂ ପ୍ରଭାବକୁ ନୂଆ ମୋଡ଼ ଦେଇଛି । “ଆମର ଯାତ୍ରା ସହ‌ଯୋଗିତା ଏବଂ ସହଭାଗିତାର ଏକ ଅଭିବ୍ୟକ୍ତି । ସେ କହିଥିଲେ ଯେ, ସମସ୍ତେ ମିଳିମିଶି ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯେଉଁଠି ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିପାରିବ” ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣ୍ୟମାନ୍ୟ ଅତିଥୁ ମାନେ ଯୋଗଦାନ କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଜଣାଶୁଣା ସାମ୍ବାଦିକ ଶ୍ରୀ ଅଶୋକ ଦାସ, ପ୍ରସିଦ୍ଧ ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ଶ୍ରୀଯୁକ୍ତ ଏ.କେ. ସାବତ, ଓକେସିଏଲ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ବିରାରୀ, ଏବଂ ଏନ୍‌କେସିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭିଜିତ କୁଲକର୍ଣ୍ଣୀଙ୍କ ନାମ ଉଲ୍ଲେଖନୀୟ । ସେମାନେ ଓକେସିଏଲ୍‌ର ଇ- ଲକ୍ଷ୍ନୌ, ଇ- ଗଭର୍ଣାନ୍ସ୍ ଏବଂ ଇ-ସଶକ୍ତିକରଣ କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଓକେସିଏଲ୍‌ର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା ଚକ୍ର ମାଧ୍ୟମରେ ନେତୃତ୍ବ ନୂତନ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଉତ୍‌କୃଷ୍ଟତା ପ୍ରଦର୍ଶନ କରିଥିବା ନେଟ୍‌ୱାର୍କ୍ ପାର୍ଟନର୍ସ୍ ମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍‌, ଆଇଓଟି, ରୋବଟିକ୍ସ ଇତ୍ୟାଦିର ବିଭିନ୍ନ ନମୁନା ପ୍ରଦର୍ଶିତ କରାଯାଇଥିଲା । ଓଡ଼ିଶାର ସଂସ୍କୃତି ଏବଂ କଳାତ୍ମକ ପ୍ରତିଭାକୁ ପ୍ରଦର୍ଶନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ଏହି ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଏବଂ ଏହି ପ୍ରଯୁକ୍ତି-କେନ୍ଦ୍ରିତ କାର୍ଯ୍ୟକ୍ରମରେ ପାରମ୍ପରିକ ରଙ୍ଗ ଯୋଡ଼ି ହୋଇଥିଲା I

ବାର୍ଷିକ ନେଟ୍‌ୱାର୍କ୍ ପାର୍ଟନର୍ସ୍ ମିଟ୍ ୨୦୨୫ ଏହା ସ୍ପଷ୍ଟ କରିଦେଇଛି ଯେ ଓକେସିଏଲ୍ ଇ-ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ୍ ସଶକ୍ତିକରଣ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ନିଜର ପ୍ରୟାସ ଜାରି ରଖୁଛି । ଏଆଇ ଏବଂ ନବୀନ ପ୍ରଯୁକ୍ତି ବିଦ୍ୟାକୁ

ନେଇ ସଂସ୍ଥା ଆଗେଇ ଚାଲିଥିବାବେଳେ, ଏକ ଡିଜିଟାଲ୍ ସଶକ୍ତ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର ପ୍ରଚେଷ୍ଟା କରିଚାଲିଛି।

Post Views5 Total Count

Apply Now


This will close in 0 seconds

error: Content is protected !!