TPNODLର ନୂଆ ସିଇଓ ହେଲେ ଗଜାନନ କାଲେ

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ୍‌)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଶ୍ରୀ ଗଜାନନ ଏସ୍‌ କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମୀଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ଵ ବହନ କରିଛନ୍ତି ।

ସେ ନାଗପୁର ସ୍ଥିତ ‘ଏନଆଇଟି’ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିବାବେଳେ ଆଇଆଇଏମ୍‌ ଅହମ୍ମଦାବାଦରୁ ପରିଚାଳନା କ୍ଷେତ୍ରରେ ଡିଗ୍ରି ହାସଲ କରିଛନ୍ତି ।

Post Views41 Total Count

Apply Now


This will close in 0 seconds

error: Content is protected !!