ଏୟାର ଇଣ୍ଡିଆ ବିମାନକୁ ବୋମାମାଡ଼ ଧମକ

ବୋମାମାଡ଼ ଧମକ ପରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଥାଇଲାଣ୍ଡରେ ଏମରେଜେନ୍ସି ଲ୍ୟାଣ୍ଡିଂ କଲା ବିମାନ । ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଗତକାଲିର ଏତେ ବଡ଼ ଦୁର୍ଘଟଣାର ଦୁଃଖ ମନରୁ ଲିଭୁଣୁ ଆଜି ପୁଣି ଥରେ ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଖବର ଆସିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର ପକ୍ଷରୁ ମିଳିଥିବା ସୂଚନା ମୁତାବକ AI 379 ବିମାନକୁ ବୋମାମାଡ଼ କରି ଉଡ଼ାଇ ଦେବାର ଧମକ ମିଳିଛି । ଯେଉଁଥିପାଇଁ ଥାଇଲାଣ୍ଡର ଫୁକେଟ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏହି ବିମାନକୁ ପାଇଲଟଙ୍କ ଅନୁରୋଧକ୍ରମେ ଜରୁରୀ ଅବତରଣ କରାଯାଇଛି । ଏନେଇ ଫୁକେଟ୍ ବିମାନବନ୍ଦର ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।

Post Views4 Total Count

Apply Now


This will close in 0 seconds

error: Content is protected !!