ମହାପ୍ରଭୁଙ୍କ ନୀତିରେ ବଡ ବିଭ୍ରାଟ

 

ଅଣବସର ଦଶମ ଦିନରେ ପହଞ୍ଚିଛି। ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଗାରଦ ଘରୁ ଚୋରି କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ଆସିଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଛି। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା।

 

 

ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର କମାଣ୍ଡର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ବା ସୂଚନା ମିଳିନାହିଁ।

Post Views9 Total Count

Apply Now


This will close in 0 seconds

error: Content is protected !!