ତାମିଲନାଡୁର ୨୭ ବର୍ଷୀୟ ରିଧାନ୍ୟାଙ୍କ ଯନ୍ତ୍ରଣାଦାୟକ କଥା । ରିଧାନ୍ୟା ତାମିଲନାଡୁର ଜଣେ ଜଣାଶୁଣା ବ୍ୟବସାୟୀ ଅନ୍ନଦୁରାଇଙ୍କ ଝିଅ ଥିଲେ । ଜଣେ ସୁନ୍ଦର, ଶିକ୍ଷିତ ଏବଂ ସ୍ୱାବଲମ୍ବୀ ଝିଅ ସେ ଥିଲେ । ତାଙ୍କ ବାପା ତାଙ୍କୁ କେବେ କୌଣସି ଜିନିଷର ଅଭାବ ହେବାକୁ ଦେଇ ନଥିଲେ । ବିବାହ ସମୟରେ, ସେ ତାଙ୍କ ଝିଅର ସୁଖମୟ ଜୀବନ ପାଇଁ ଯୌତୁକରେ ୧୦୦ ତୋଳା ସୁନା ଏବଂ ୭୦ ଲକ୍ଷ ଟଙ୍କା ମୂଲ୍ୟର ଏକ କାର ଦେଇଥିଲେ ।
କିନ୍ତୁ ଜ୍ଜ୍ୱାଠାରେ ଅଛି ପରା, ଲୋଭର ଅନ୍ତ ନାହିଁ । ଯେତେ ଦେଲେ ବି କମ ଲାଗିବ, ରିଧାନ୍ୟାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ଅବସ୍ଥା ଏପରି ଥିଲା । ଆସନ୍ତୁ ଜାଣିବା ପୁରା ଘଟଣା କ’ଣ ?
ରିଧାନ୍ୟା ଅନ୍ନଦୁରାଇଙ୍କ ଏକମାତ୍ର ଝିଅ ଥିଲେ। ଏପ୍ରିଲରେ ତାଙ୍କର ବିବାହ ୨୮ ବର୍ଷୀୟ କଭିନ କୁମାରଙ୍କ ସହ ହୋଇଥିଲା । ଏହି ବିବାହ ବହୁତ ଧୁମଧାମରେ ହୋଇଥିଲା ବେଳେ ରିଧାନ୍ୟଙ୍କ ବାପା ତାଙ୍କ ଝିଅର ଖୁସି ପାଇଁ କୌଣସି କାମ ବାକି ଛାଡି ନଥିଲେ । ବିବାହରେ ଯୌତୁକ ଭାବରେ ୮୦୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଭଲଭୋ କାର ଦେଇଥିଲେ । କଭିନ ଜଣେ ଶିକ୍ଷିତ ଯୁବକ ପରି ଦେଖାଯାଉଥିଲେ ।
ତାଙ୍କ ପରିବାର ମଧ୍ୟ ବାହାରୁ ବହୁତ ସଭ୍ୟ ଏବଂ ଆଦର୍ଶ ଦେଖାଯାଉଥିଲେ, କିନ୍ତୁ ବିବାହର କିଛି ସପ୍ତାହ ମଧ୍ୟରେ ରିଧାନ୍ୟଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଗଲା । ବିବାହର ମାତ୍ର କିଛି ମାସ ପରେ, ରିଧାନ୍ୟାଙ୍କ ଶ୍ୱଶୁର ଘର ଲୋକ, ଯଥା କଭିନ କୁମାର, ତାଙ୍କ ବାପା ଈଶ୍ୱର ମୂର୍ତ୍ତି ଏବଂ ମାତା ଚିତ୍ରା ଦେବୀ ରିଧାନ୍ୟାଙ୍କଠାରୁ ଅଧିକ ଯୌତୁକ ଦାବି କରିବା ଆରମ୍ଭ କଲେ । ଏଥିପାଇଁ ସେମାନେ ରିଧାନ୍ୟାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ । ରିଧାନ୍ୟ କାହା ସହିତ ନିଜର ଯନ୍ତ୍ରଣା ବାଣ୍ଟି ପାରୁ ନଥିଲେ । ନିଜ କୋହକୁ ନିଜ ଭିତରେ ଚାପି ରଖୁଥିଲେ । ଆଉ ଶେଷରେ, ସେ ଏପରି ଏକ ପଦକ୍ଷେପ ନେଲେ ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା।
ରବିବାର ସକାଳେ, ରିଧାନ୍ୟା ତାଙ୍କ ଶ୍ୱଶୁର ଘରୁ ମୋଣ୍ଡିପାଲୟମର ଏକ ମନ୍ଦିରକୁ ଯିବାକୁ ବାହାନା କରିଥିଲେ । ସେ ତାଙ୍କ କାରରେ ବାହାରି ଯାଇଥିଲେ, କିନ୍ତୁ ମନ୍ଦିରକୁ ଯିବାକୁ ତାଙ୍କର ଉଦ୍ଦେଶ୍ୟ ନଥିଲା । ରାସ୍ତାରେ ସେ କାର ଅଟକାଇ କୀଟନାଶକ ବଟିକା ଖାଇ ଦେଇଥିଲେ । କିଛି ସମୟ ପରେ, ସ୍ଥାନୀୟ ଲୋକମାନେ ସେୟୁର ପୋଲିସକୁ ରାସ୍ତା କଡ଼ରେ ବହୁତ ସମୟ ପାଇଁ ଠିଆ ହୋଇଥିବା ଏକ କାର ବିଷୟରେ ସୂଚନା ଦେଇଥିଲେ । ଯେତେବେଳେ ପୋଲିସ ସେଠାରେ ପହଞ୍ଚିଲା, ସେମାନେ କାର ଭିତରେ ରିଧାନ୍ୟାଙ୍କୁ ମୃତ ଅବସ୍ଥାରେ ପାଇଲେ ।
ତାଙ୍କ ପାଟିରୁ ଫେଣ ବାହାରୁଥିଲା, ଏବଂ ସେ ନିଶ୍ୱାସ ନେବା ବନ୍ଦ କରିଦେଇଥିଲେ । ପୋଲିସ ତୁରନ୍ତ କାର ଖୋଜି ବାହାର କରି ରିଧାନ୍ୟାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲା । ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ କାହାଣୀ ଏଠି ଶେଷ ହୋଇନାହିଁ ଦର୍ଶକବନ୍ଧୁ, ମରିବା ପୂର୍ବରୁ, ରିଧାନ୍ୟା ତାଙ୍କ ବାପାଙ୍କୁ ହ୍ୱାଟସଆପରେ ଏକ ଭଏସ୍ ମେସେଜ ପଠାଇଥିଲେ, ଯେଉଁଥିରେ ସେ ତାଙ୍କ ଶ୍ୱଶୁର ଘର ବିଷୟରେ କହିଥିଲେ ।

